କବାଟ ତାଡି ବଡ଼ ଧରଣର ଲୁଟ
ଖଲ୍ଲିକୋଟ: ଘରର କବାଟ ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ I ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରା ଗାଁରେ ହୋଇଛି ବଡ଼ ଧରଣର ଲୁଟ । ଘରର ଆଲମିରା ଭାଙ୍ଗି ଦୁର୍ବୁତ୍ତ ମାନେ ସତ ଲକ୍ଷ ଟଙ୍କାର ଅଳଙ୍କାର ସମେତ ନଗଦ ୮୦ ହଜାର ତାଙ୍କ ଲୁଟିନେଇଛନ୍ତି । ଘରେ କେହି ନଥିବା ବେଳେ ବନ୍ଦ ଘରୁ କବାଟ ତାଡ଼ି କଳାକନା ବୁଲାଇଲେ ଦୁର୍ବୃତ୍ତ । ସୂଚନାନୁସାରେ, ଆକାଶ ତରାଇଙ୍କ ଘରୁ ଚୋରି ହୋଇଛି। ଆକାଶଙ୍କ […]

ଖଲ୍ଲିକୋଟ: ଘରର କବାଟ ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ I ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରା ଗାଁରେ ହୋଇଛି ବଡ଼ ଧରଣର ଲୁଟ । ଘରର ଆଲମିରା ଭାଙ୍ଗି ଦୁର୍ବୁତ୍ତ ମାନେ ସତ ଲକ୍ଷ ଟଙ୍କାର ଅଳଙ୍କାର ସମେତ ନଗଦ ୮୦ ହଜାର ତାଙ୍କ ଲୁଟିନେଇଛନ୍ତି । ଘରେ କେହି ନଥିବା ବେଳେ ବନ୍ଦ ଘରୁ କବାଟ ତାଡ଼ି କଳାକନା ବୁଲାଇଲେ ଦୁର୍ବୃତ୍ତ ।
ସୂଚନାନୁସାରେ, ଆକାଶ ତରାଇଙ୍କ ଘରୁ ଚୋରି ହୋଇଛି। ଆକାଶଙ୍କ ପରିବାର ଘରେ ତାଲା ପକାଇ ବନ୍ଧୁଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ମାନେ ବନ୍ଦ ଘରୁ କବାଟ ତାଡ଼ି ୬ ଭରି ରୂପା ସହିତ ୧୫ ଭରିର ସୁନା ଏବଂ ନଗଦ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିସହ ଦୁର୍ବୃତ୍ତ ଅନ୍ୟ ଜଣଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଖବର ପାଇ ଖଲ୍ଲିକୋଟ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।