କଟକରେ ଜିଲାସ୍ତରୀୟ ଖରିଫ ଫସଲ ସମୀକ୍ଷା ବୈଠକ

କଟକ:କଟକରେ ଜିଲାସ୍ତରୀୟ ଖରିଫ ଫସଲ ସମୀକ୍ଷା ବୈଠକ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମବାୟ , ହସ୍ତତନ୍ତ୍ର , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅଧ୍ୟକ୍ଷତା କରିଥିବା ବେଳେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ। ଆଗକୁ ଧାନ ମଣ୍ଡି ହେବାକୁ ଥିବା ବେଳେ କିଭଳି ଭାବରେ ସୁରୁଖୁରୁରେ ଏହାକୁ ଆୟୋଜନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ମଣ୍ଡିରେ ଚାଷୀ ଧାନ ଦେବା […]

କଟକରେ ଜିଲାସ୍ତରୀୟ ଖରିଫ ଫସଲ ସମୀକ୍ଷା ବୈଠକ

କଟକ:କଟକରେ ଜିଲାସ୍ତରୀୟ ଖରିଫ ଫସଲ ସମୀକ୍ଷା ବୈଠକ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମବାୟ , ହସ୍ତତନ୍ତ୍ର , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅଧ୍ୟକ୍ଷତା କରିଥିବା ବେଳେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ। ଆଗକୁ ଧାନ ମଣ୍ଡି ହେବାକୁ ଥିବା ବେଳେ କିଭଳି ଭାବରେ ସୁରୁଖୁରୁରେ ଏହାକୁ ଆୟୋଜନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।
ମଣ୍ଡିରେ ଚାଷୀ ଧାନ ଦେବା ପରେ ୪୮ ଘଣ୍ଟା ଭିତରେ ପଇସା ନିଜ ଆକାଉଣ୍ଟ ଜରିଆରରେ ପାଇବେ।ଏମିତିକି ମଣ୍ଡି ରୁ ଦଲାଲି ସଂପୂର୍ଣ୍ଣ ଭାବେ ହଟା ଯିବ । ବିନା ମିଡ଼ିଲ ମ୍ୟାନ ରେ ଧାନ କିଣା ବିକା କରାଯିବ। ଆଉ ମାତ୍ର ଅଳ୍ପଦିନ ଭିତରେ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଧାନ ରଖିବା ପାଇଁ ପଲିଥିନ ପଠାଯିବା କାମ ଆରମ୍ଭ ହୋଇଗଲାଣି।ଚାଷୀଙ୍କ ପାଇଁ ମଣ୍ଡିରେ ଖାଦ୍ୟ ପାନୀୟ ର ବ୍ୟବସ୍ତା କରାଯିବ। ସ୍ଵୟଂ ସହାୟ ଗୋଷ୍ଠୀ ମାନଙ୍କୁକୁ ଏହାର ଦାୟିତ୍ୱ ଦିଆ ଯିବାର ନେଇ ଆଲୋଚନା କରାଯାଉଛି। ଯାହା ଫଳରେ ଧାନ ମଣ୍ଡି ରୁ ଚାଷୀ ମାନେ ନଉଠି ସେହିଠାରେ ନିଜ ପଇସାରେ ଖାଇ ପାରିବେ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।