୨ ଟି ସ୍ଥାନରେ ରାସ୍ତା ଦୁର୍ଘଟଣା,୨ ମୃତ ୨ ଗୁରୁତର
ଭବାନୀପାଟଣା : ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଜଣେ ମୃତ,୨ ଗୁରୁତର। ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ପଥଚାରୀ ଚାଲିଚାଲି ଯାଉଥିଲେ। ଏତିକି ବେଳେ ତାଙ୍କ ଉପରେ ଏକ ପିକଅପ୍ ଭ୍ୟାନ୍ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଵୃଦ୍ଧାଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର […]

ଭବାନୀପାଟଣା : ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଜଣେ ମୃତ,୨ ଗୁରୁତର। ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ପଥଚାରୀ ଚାଲିଚାଲି ଯାଉଥିଲେ। ଏତିକି ବେଳେ ତାଙ୍କ ଉପରେ ଏକ ପିକଅପ୍ ଭ୍ୟାନ୍ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଵୃଦ୍ଧାଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ଆଜି ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରତିଦିନ ଭଳି କମ୍ପାନୀକୁ ଯାଉଥିବାବେଳେ ୨ ବାଇକ ଆରୋହୀଙ୍କ ଉପରେ ମାଡିଯାଇଛି ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନୁଗୋଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିକ୍ରମ ରାଉତରାୟ। ତାଙ୍କ ଘର ଜଗସିଂପୁର ଜିଲାରେ ବୋଲି ଜଣା ପଡିଛି । ଆହତ ଜଣକ ହେଲେ କରଣ ବିର ଗୋପୀ। ଉଭୟ JSPL କମ୍ପାନୀକୁ ଡ୍ୟୁଟି ପାଇଁ ଯାଉଥିବା ବେଳେ ରାଜପଥ ୫୫ ଅତିକ୍ରମ କରୁଥିଲେ। ଯେଉଁ ସମୟରେ ଏକ ଆଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା କୁ ନେଇ ଉତ୍ତେଜନା ଲାଗି ରହିଛି। ଲୋକେ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି ।