ବୋଇଂ ୭୮୭ ଇନ୍ଧନ ସୁଇଚ୍ ଲକ୍ ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ: ଗତ ଜୁନ୍ ୧୨ ତାରିଖରେ ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ବିଭିନ୍ନ ଦେଶ ସେମାନଙ୍କ ବୋଇଂ ୭୮୭ ବିମାନର ଇନ୍ଧନ ସୁଇଚ୍ ଲକ୍ ଯାଞ୍ଚ କରୁଛନ୍ତି। ଦୁର୍ଘଟଣା ତଦନ୍ତର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ ଅଫ୍ ହୋଇଯିବା ପରେ ଦୁଇଟି ଯାକ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତଦନ୍ତ କରୁଥିବା ଏୟାର୍କ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ୫ ଜଣିଆ […]

ନୂଆଦିଲ୍ଲୀ: ଗତ ଜୁନ୍ ୧୨ ତାରିଖରେ ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ବିଭିନ୍ନ ଦେଶ ସେମାନଙ୍କ ବୋଇଂ ୭୮୭ ବିମାନର ଇନ୍ଧନ ସୁଇଚ୍ ଲକ୍ ଯାଞ୍ଚ କରୁଛନ୍ତି। ଦୁର୍ଘଟଣା ତଦନ୍ତର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ ଅଫ୍ ହୋଇଯିବା ପରେ ଦୁଇଟି ଯାକ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତଦନ୍ତ କରୁଥିବା ଏୟାର୍କ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ୫ ଜଣିଆ ପ୍ୟାନେଲ ଏପର୍ଯ୍ୟନ୍ତ କାହା ଉପରେ ଦୋଷ ଲଦି ନଥିବା ବେଳେ କୌଣସି ବୈଷୟିକ ତ୍ରୁଟି କିମ୍ବା ମାନବିକ ତ୍ରୁଟି କିମ୍ବା ଅନ୍ୟ କାରଣ ଏଥିପାଇଁ ଦାୟୀ ତାହା ଅନୁଧ୍ୟାନ ଚାଲିଛି। ଇତିହାଦ ଓ ସିଙ୍ଗାପୁର ଏୟାର୍ଲାଇନ୍ସ ସମେତ ପ୍ରମୁଖ ବିଦେଶୀ ଏୟାର୍ଲାଇନ୍ସ ଡ୍ରିମ୍ଲାଇନର୍ର ଇନ୍ଧନ ସୁଇଚ୍ ଲକ୍ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଇତିହାଦ ଏହାର ବୋଇଂ ୭୮୭ ଫ୍ଲିଟ୍ର ଇନ୍ଧନ ସୁଇଚ୍ରେ ଥିବା ଲକିଂ ବ୍ୟବସ୍ଥାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ୟୁଏଇର ଫ୍ଲାଗ୍ସିପ୍ କ୍ୟାରିୟର ମଧ୍ୟ ଏହି ବିମାନଗୁଡ଼ିକରେ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଇଲଟ୍ମାନଙ୍କୁ ପରାମର୍ଶ ଦେଇଛି। ସିଙ୍ଗାପୁର ଏୟାର୍ଲାଇନ୍ସ ମଧ୍ୟ ନିଜର ଯାଞ୍ଚ ଆରମ୍ଭ କରିଥିବା ସୂଚନା ମିଳିଛି। ଫେଡେରାଲ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍ ସମଗ୍ର ବିଶ୍ୱର ବୋଇଂ ଅପରେଟରମାନଙ୍କୁ ବୋଇଂ ୭୮୭-୮ରେ ଲକ୍ ସମେତ ଇନ୍ଧନ ସୁଇଚ୍ ଡିଜାଇନ୍ ସୁରକ୍ଷିତ ବୋଲି କହିବା ସତ୍ତ୍ୱେ ଏହି ପ୍ରୟାସ କରାଯାଇଛି। ଆମେରିକାର ବିମାନ ଚଳାଚଳ ନିରାପତ୍ତା ନିୟାମକ କହିଛି ଯେ ଏହି ସମୟରେ ବୋଇଂ ଅପରେଟରଙ୍କ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ବିବେଚନା କରାଯାଏ ନାହିଁ।