ବସ ସହ ବାଇକ ଧକ୍କା ୨ ମୃତ
ବଲାଙ୍ଗୀର : ବାଇକ ଆରୋହୀଙ୍କ ଉପରେ ବସ ମାଡି ଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି। ଯୁବକଙ୍କ ବାଇକଟି ସମ୍ବଲପୁର ନମ୍ବର ଥିବା ୟାମାହା ଗାଡ଼ି ରହିଛି, ଯାହାର ନମ୍ବର ଓଡି ୧୫ ୱାଇ ୭୯୮୩ I ବସ୍ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଚଳାଇଛି। ଘଟଣାନୁସାରେ,ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗୋଟିଏ ବାଇକ୍ରେ ଦୁଇଜଣ […]

ବଲାଙ୍ଗୀର : ବାଇକ ଆରୋହୀଙ୍କ ଉପରେ ବସ ମାଡି ଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି। ଯୁବକଙ୍କ ବାଇକଟି ସମ୍ବଲପୁର ନମ୍ବର ଥିବା ୟାମାହା ଗାଡ଼ି ରହିଛି, ଯାହାର ନମ୍ବର ଓଡି ୧୫ ୱାଇ ୭୯୮୩ I ବସ୍ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଚଳାଇଛି।
ଘଟଣାନୁସାରେ,ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗୋଟିଏ ବାଇକ୍ରେ ଦୁଇଜଣ ଯାଉଥିବା ବେଳେ ଫୁଲବାଣୀ- ବଲାଙ୍ଗୀର ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ବସଟି ସେମାନଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତକ ଦୁଇଜଣ ହେଉଛନ୍ତି ସୋନପୁର ଜିଲ୍ଲା ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲିର ନରେଶ ସାହୁ । ମୃତ ଦୁଇ ଯୁବକ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡିଛି। ପୁଇଁତଳା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।