ସ୍କୁଲ ଭ୍ୟାନ ଦୁର୍ଘଟଣା,୬ ଆହତ

କାମାକ୍ଷାନଗର : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ I ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି I ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ଆଜି ସକାଳେ ଆଦର୍ଶ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଭ୍ୟାନ କନ୍ତୁର ଗାଁରୁ ବାରିହାପୁର ରେ ଥିବା ସ୍କୁଲକୁ ଯାଉଥିଲେ। ତେବେ ଡିହଡୋଳ ଗାଁ ନିକଟରେ ଭ୍ୟାନଟି […]

ସ୍କୁଲ ଭ୍ୟାନ ଦୁର୍ଘଟଣା,୬ ଆହତ
ସ୍କୁଲ ଭ୍ୟାନ ଦୁର୍ଘଟଣା,୬ ଆହତ

କାମାକ୍ଷାନଗର : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ I ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି I ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ,ଆଜି ସକାଳେ ଆଦର୍ଶ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଭ୍ୟାନ କନ୍ତୁର ଗାଁରୁ ବାରିହାପୁର ରେ ଥିବା ସ୍କୁଲକୁ ଯାଉଥିଲେ। ତେବେ ଡିହଡୋଳ ଗାଁ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଦୁର୍ଘଟଣାରେ ୬ ଜଣ ଛାତ୍ର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ପହଁଚି ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।