ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ ଥାଉ ଥାଉ… କଣ ହେଲା ଯେ ଏଭଳି ଲୋକଙ୍କ କଷ୍ଟ ଦେଖି ପାରିଲ l ଯନ୍ତ୍ରଣାରେ ଛଟପଟ ହୋଇ ବିକଳ ହେଉଛନ୍ତି ଏମାନେ । ବଳିୟାର ଭୁଜ ଚକାଆଖି କଣ ଏଘଟଣ ପୂର୍ବରୁ ତୁମେ ତୁମ ଚକା ଚକା ଆଖି ବନ୍ଦ କରିଦେଲ l ଦେଖିଲ କାଳିଆ ସାଆନ୍ତେ କେତେ ଲୋକଙ୍କ ଜୀବନ ଚାଲିଗଲା ତ […] The post ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ? appeared first on KNews Odisha.

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ ଥାଉ ଥାଉ… କଣ ହେଲା ଯେ ଏଭଳି ଲୋକଙ୍କ କଷ୍ଟ ଦେଖି ପାରିଲ l ଯନ୍ତ୍ରଣାରେ ଛଟପଟ ହୋଇ ବିକଳ ହେଉଛନ୍ତି ଏମାନେ । ବଳିୟାର ଭୁଜ ଚକାଆଖି କଣ ଏଘଟଣ ପୂର୍ବରୁ ତୁମେ ତୁମ ଚକା ଚକା ଆଖି ବନ୍ଦ କରିଦେଲ l ଦେଖିଲ କାଳିଆ ସାଆନ୍ତେ କେତେ ଲୋକଙ୍କ ଜୀବନ ଚାଲିଗଲା ତ କେତେ କିଏ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି l ତୁମ ଭଳି ମଣିମାଙ୍କ ଚନ୍ଦନ ଯାତ୍ରାରେ ଏଭଳି ବାଣ ବିସ୍ଫୋରଣ ଏ କି ଅବିଚାର ତୁମେ ଶ୍ରୀକ୍ଷେତ୍ରରେ ଥାଉ ଥାଉ l

ଆମେ କହୁଛୁ ପୁରୀ ନରେନ୍ଦ୍ର ପୋଖରୀ ରେ ଚାପ ଖେଳ ବେଳେ ଘଟିଥିବା ବାଣ ବିସ୍ଫୋରଣ ଘଟଣା l ଏକାଧିକ ବ୍ୟକ୍ତି ଶିଶୁ ସମେତ ମୃତ୍ୟୁ ମୁଖରେ ପଡିଥିଲା ବେଳେ ଅନେକ ଗୁରୁତ୍ତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ତେବେ ମୃତକ ମାନଙ୍କ ମଧ୍ୟରୁ ପି ରାଜୁ ଅନ୍ୟ ଜଣେ ବ୍ୟକ୍ତି l ପରିବାର କହିବା ଅନୁସାରେ ପି ରାଜୁ ପୁରୀ ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ବାସିନ୍ଦା l ତାଙ୍କର ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଅଛନ୍ତି l ପି ରାଜୁ ପୁରୀରେ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଘଟଣା ଦିନ ମହାପ୍ରଭୁ କାଳିଆ ରାଜାଙ୍କ ଚାପ ଖେଳ ଦେଖିବାକୁ ପି ରାଜୁ ଚଉଦ ବର୍ଷର ପୁଅ ଓ ବଡ଼ ଝିଅ ଯାଇଥିଲେ ନରେନ୍ଦ୍ର ପୋଖରୀ ନିକଟରେ ପହଞ୍ଚିଥିଲେ l ହେଲେ ଝିଅ କିଛି ସମୟ ପରେ ରିଲସ କରିବାକୁ ବଡ଼ ଝିଅ ନରେନ୍ଦ୍ର ପୋଖରୀ ପରିସରରୁ ବାହାରକୁ ଚାଲିଯାଇଥିଲା l ଆଉ ତାପରେ ଚାପ ଖେଳ ଆରମ୍ଭ ବେଳେ ଘଟିଥିଲା ବାଣ ବିସ୍ଫୋରଣ l

ଭାରି ଭୟଙ୍କର ଥିଲା ଏହି ବିସ୍ଫୋରଣ l ଯେହେତୁ ପି ରାଜୁ ପୁଅ ପାଖରେ ଥିଲେ l ବାପା ପି ରାଜୁ ଦେହରେ ବାଣ ବିସ୍ଫୋରଣ ବେଳେ ନିଆ ଲାଗିଗଲା l ଅନ୍ୟ ମାନେ ବାଣ ବିସ୍ଫୋରଣ ଦେଖି ନିଜ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ l କିନ୍ତୁ ଚଉଦ ବର୍ଷର ପୁଅ ବାପାଙ୍କୁ ଛାଡି ଯାଇ ନଥିଲା l ଝାମ୍ପ ଦେଇଥିଲା ସେହି ବାଣ ନିଆ ଭିତରକୁ l ବାପାଙ୍କୁ ବଞ୍ଚାଇବା ପାଇଁ ଅନେକ ସମୟ ସଂଘର୍ଷ କରି ନିଜେ ମଧ୍ୟ ଜଳି ଯାଇଥିଲା ହେଲେ ଛାଡି ନଥିଲା ବାପାଙ୍କୁ l ନିଜେ ଜଳି ପୁଅ ଉଦ୍ଧାର କରିଥିଲା ବାପାଙ୍କୁ l ଉଭୟଙ୍କୁ ମେଡିକାଲ ଅଣା ଯାଇଥିଲା l ହେଲେ ଜୀବନ ପାଇଁ ସଂଗ୍ରାମ କରୁ କରୁ ଉଡି ଯାଇଥିଲା ପି ରାଜୁଙ୍କ ପ୍ରାଣ ବାୟୁ l ତେଣେ ପୁଅ ମେଡିକାଲରେ ଯନ୍ତ୍ରଣା କଷ୍ଟ ରେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛି l ପୀ ରାଜୁ ଚାଲି ଗଲେଣି ଆରପାରିକୁ l ତେବେ କଥା ହେଉଛି ଏଭଳି ଘରର ଜଣେ ରୋଜଗାରିଆ ମଣିଷ ଚାଲିଗଲେ ପରିବାର ଏବେ ଚଳିବ କେମିତି l ପୁଅ ଟି ଅବସ୍ଥା କଣ ହେବ ଝିଅ ଟି କାହା ସାହାରା ରେ ବଞ୍ଚିବ l ଏମିତି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି l ଆଜି ଏହି ଛୁଆଙ୍କ ମୁଣ୍ଡ ଉପରୁ ବାପାର ହାତ ଉଠିଯାଇଛି ।

The post ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ? appeared first on KNews Odisha.