କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି ରାକେଶ ପାଲ୍।
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି ରାକେଶ ପାଲ୍। INS ଆଦିୟାରରେ ଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଗତବର୍ଷ ଜୁଲାଇରେ ୨୫ତମ କୋଷ୍ଟଗାର୍ଡ ଡିଜି ଭାବେ ସେ ଦାୟିତ୍ବ ନେଇଥିଲେ। ଗତ ଜୁଲାଇ ୧୯ ତାରିଖରେ ରାକେଶ ପାଲଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାକେଶ ପାଲଙ୍କୁ ଏହି ପଦକ ପ୍ରଦାନ କରିଥିଲେ।
ଜାନୁଆରୀ ୧୯୮୯ରେ ସେ କୋଷ୍ଟଗାର୍ଡରେ ଯୋଗ ଦେଇଥିଲେ। ୩୫ ବର୍ଷର ଲମ୍ବା କ୍ୟାରିୟରରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତ ହୋଇଥିଲେ ରାକେଶ। ରାକେଶ ପାଲଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।