ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ
ଭଞ୍ଜନଗର : ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବୁଧୁବାର ଦିନ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ସହକାରୀ ଯନ୍ତ୍ରୀଙ୍କ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଲୁଡୁଲୁଡି ସ୍ଥିତ ପୈତୃକ ବାସଭବନ, ରଘୁନାଥ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବ୍ରହ୍ମପୁରକୁ ମିଶାଇ ମୋଟ ୯ଟି […]

ଭଞ୍ଜନଗର : ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବୁଧୁବାର ଦିନ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ସହକାରୀ ଯନ୍ତ୍ରୀଙ୍କ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଲୁଡୁଲୁଡି ସ୍ଥିତ ପୈତୃକ ବାସଭବନ, ରଘୁନାଥ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବ୍ରହ୍ମପୁରକୁ ମିଶାଇ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉବେଳେ ଶ୍ରୀ ସ୍ବାଇଁଙ୍କର ୬ଟି ବହୁତଳ କୋଠା ସହ ୫ ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ଟିମ ।
ଶ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କର ବ୍ରହ୍ମପୁର ତୁଳସୀନଗରଠାରେ ୨.୪ କୋଟି ଟଙ୍କାର ୧୦.୪୦୦ ବର୍ଗଫୁଟରେ ଥିବା ୪ମହଲା କୋଠା ଘର,ଭଞ୍ଜନଗର ବାଗଦେବୀ ରୋଡରେ ୨.୩କୋଟି ଟଙ୍କା ମୂଲ୍ୟର ୪ ମହଲା କୋଠାଘର ଠାବ ହୋଇଛି। ଏହି କୋଠାଘର ନିକଟରେ ଆଉ ଏକ ୩ ମହଲା କୋଠା ସାଙ୍ଗକୁ ଭଞ୍ଜନଗରରେ ୩ ମହଲା କୋଠାଘର ଠାବ ହୋଇଛି । ଏତଦବ୍ୟତୀତ ଭଞ୍ଜନଗର ପୌରାଞ୍ଚଳରେ ନିର୍ମାଣାଧୀନ ଦୁଇମହଲା କୋଠାଘର ଥିବା ଜଣାପଡିଛି। ଏହାବ୍ୟତୀତ ବ୍ରହ୍ମପୁରରେ ଗୋଟିଏ ଓ ଭଞ୍ଜନଗରରେ ଶ୍ରୀ ସ୍ବାଇଁଙ୍କର ୪ଟି ବାସୋପଯୋଗୀ ଜମି ଅଛି। ଠାବ ହୋଇଥିବା ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ଜାରି ରହିଛି। ଏହାବ୍ୟତୀତ ଶ୍ରୀ ସ୍ବାଇଁଙ୍କ ଘରୁ ୨୦୦ ଗ୍ରାମର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ, ଡାକଘର ଓ ବୀମା ସଂସ୍ଥାରେ ୨୩ଲକ୍ଷ ୯୪ ହଜାର ୩୭୦ ଟଙ୍କା ଜମା ରହିଛି। ଏହାବ୍ୟତୀତ ଶ୍ରୀ ସ୍ବାଇଁଙ୍କର ଗୋଟିଏ ମୋଟର ସାଇକଲ ଓ ୫.୬୩ ଲକ୍ଷ ଟଙ୍କା ମୂଲ୍ୟର ଗୃହୋପକରଣ ଠାବ ହୋଇଛି।
ସୂଚନାନୁସାରେ, ପ୍ରସନ୍ନ ସ୍ବାଇଁ ୨୦୦୩ରେ ଖରିଆର ଠାରେ ଲୋୟର ଇନ୍ଦ୍ରା କେନାଲ ଡିଭିଜନରେ ଚୁକ୍ତି ଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୧୦ ଅଗଷ୍ଟ ୧୯ଠାରୁ ନିଜ ଜିଲା ତଥା ଭଞ୍ଜନଗରରେ ଅବସ୍ଥାପିତ ଅଛନ୍ତି। ୨୦୧୩ରେ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ।