ମନିକା ବାତ୍ରାଙ୍କୁ କ୍ୟାରିୟରର ଶ୍ରେଷ୍ଠ ୨୪ତମ ମାନ୍ୟତା
ନୂଆଦିଲ୍ଲୀ: ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା କ୍ୟାରିୟର୍ର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ସାଉଦି ସ୍ମାସ୍ ସଫଳତା ପରେ ମନିକା ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ବ ମାନ୍ୟତାର ଶୀର୍ଷ ୨୫ ଜଣଙ୍କ ଭିତରେ ସ୍ଥାନ ପାଇବା ସହ ୨୪ତମ ମାନ୍ୟତା ପାଇଛନ୍ତି। ସାଉଦି ସ୍ମାସ୍ ପୂର୍ବରୁ ସେ ୩୯ତମ ସ୍ଥାନରେ ଥିଲେ। କିନ୍ତୁ କ୍ବାର୍ଟରଫାଇନାଲ୍ରେ ପହଞ୍ଚିବା ପରେ ୧୫ଟି ସ୍ଥାନରେ ଉନ୍ନତି ହୋଇଛି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ମନିକା […]

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା କ୍ୟାରିୟର୍ର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ସାଉଦି ସ୍ମାସ୍ ସଫଳତା ପରେ ମନିକା ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ବ ମାନ୍ୟତାର ଶୀର୍ଷ ୨୫ ଜଣଙ୍କ ଭିତରେ ସ୍ଥାନ ପାଇବା ସହ ୨୪ତମ ମାନ୍ୟତା ପାଇଛନ୍ତି। ସାଉଦି ସ୍ମାସ୍ ପୂର୍ବରୁ ସେ ୩୯ତମ ସ୍ଥାନରେ ଥିଲେ। କିନ୍ତୁ କ୍ବାର୍ଟରଫାଇନାଲ୍ରେ ପହଞ୍ଚିବା ପରେ ୧୫ଟି ସ୍ଥାନରେ ଉନ୍ନତି ହୋଇଛି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ମନିକା ଉକ୍ତ ପ୍ରତିଯୋଗିତାରୁ ୩୫୦ ରେଟିଂ ପଏଣ୍ଟ୍ ହାସଲ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଏଭଳି ମାନ୍ୟତା ତାଙ୍କୁ ଅଧିକ ଆତ୍ମବିଶ୍ବାସ ଯୋଗାଇବ ବୋଲି ମନିକା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ପ୍ରଶିକ୍ଷକ ଅମନ ବଲ୍ଗୁ ଓ ଅଭ୍ୟାସ ବେଳର ସାଥୀ ଖେଳାଳି ବେଲାରୁଷର କିରିଲ୍ ବାରାବନୋଭ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି।