ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୁରିଲା ବର୍ଷେ, ୨୮ ବର୍ଷ ରାଜନୈତିକ ଜୀବନରେ ଏହା ଥିଲା ନୂଆ ପଦବୀ
ଭୁବନେଶ୍ୱର : ନବୀନଙ୍କ ନୂଆ ଭୂମିକାକୁ ପୂରିବାକୁ ଯାଉଛି ବର୍ଷେ । ୨୮ ବର୍ଷ ରାଜନୈତିକ ଜୀବନ ଭିତରେ, ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ବର୍ଷକ ଭିତରେ, ବିଜେଡିକୁ ଏକଜୁଟ୍ ରଖି ଦଳକୁ ନୂଆ ଦିଗ ଦେଇଛନ୍ତି । ବିରୋଧୀ ଦଳରେ ଥାଇ ମଧ୍ୟ ଶୃଙ୍ଖଳା ସହ ସାଲିସ କରି ନାହାଁନ୍ତି । ଏହାସହ କେବଳ ବିରୋଧ ନାଁରେ ବିରୋଧ ହୋଇ ନାହିଁ। ବିଧାନସଭା ଭିତରେ […] The post ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୁରିଲା ବର୍ଷେ, ୨୮ ବର୍ଷ ରାଜନୈତିକ ଜୀବନରେ ଏହା ଥିଲା ନୂଆ ପଦବୀ appeared first on KNews Odisha.

ଭୁବନେଶ୍ୱର : ନବୀନଙ୍କ ନୂଆ ଭୂମିକାକୁ ପୂରିବାକୁ ଯାଉଛି ବର୍ଷେ । ୨୮ ବର୍ଷ ରାଜନୈତିକ ଜୀବନ ଭିତରେ, ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ବର୍ଷକ ଭିତରେ, ବିଜେଡିକୁ ଏକଜୁଟ୍ ରଖି ଦଳକୁ ନୂଆ ଦିଗ ଦେଇଛନ୍ତି । ବିରୋଧୀ ଦଳରେ ଥାଇ ମଧ୍ୟ ଶୃଙ୍ଖଳା ସହ ସାଲିସ କରି ନାହାଁନ୍ତି । ଏହାସହ କେବଳ ବିରୋଧ ନାଁରେ ବିରୋଧ ହୋଇ ନାହିଁ। ବିଧାନସଭା ଭିତରେ ଓ ବାହାରେ, ଅବରୋଧ ମୂଳକ ନୁହଁ ପ୍ରସଙ୍ଗ ଭିତ୍ତିକ ବିରୋଧ କରି ଆସୁଛନ୍ତି ନବୀନ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୦୨୪ ଜୁନ୍ ୧୯ରେ ମିଳିଥିଲା ନୂଆ ପରିଚୟ। ନବୀନଙ୍କ ୨୮ ବର୍ଷ ରାଜନୈତିକ ଜୀବନରେ ଏହା ଥିଲା ନୂଆ ପଦବୀ । ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ସର୍ବସମ୍ମତିରେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଥିଲା । ବିଧାୟକ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ ନବୀନ ।
ନବୀନଙ୍କ ନୂଆ ଭୂମିକା ଆଗରେ ଥିଲା ଅନେକ ଚ୍ୟାଲେଞ୍ଜ। ବିରୋଧ ଦଳରେ ଥିଲେ ବି ଶୃଙ୍ଖଳା ସହ ସାଲିସ କରି ନାହାଁନ୍ତି। ବିଜେଡିକୁ ଏକଜୁଟ୍ ରଖିବା ସହ ଦଳୀୟ ନେତାଙ୍କୁ ଶୃଙ୍ଖଳିତ ଆଚରଣ ପାଇଁ ତାଗିଦ କରି ଆସୁଛନ୍ତି। ୱାକଫ ବିଲ୍ ବିବାଦ ବେଳେ ତାହା ନଜରକୁ ଆସିଥିଲା। ବିଜେଡିର କିଛି ବରିଷ୍ଠ ନେତା, ସସ୍ମିତ ପାତ୍ର ଓ ଭି କେ ପାଣ୍ଡିଆନଙ୍କୁ ନେଇ ବୟାନବାଜି କରିଥିଲେ। ହୋଟେଲେ ଗୋଷ୍ଠୀ ହୋଇ ବୈଠକ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ। ଚାପ ଆଗରେ ନଇଁଲେ ନାହିଁ ନବୀନ। ସାମ୍ନାକୁ ଆସି ଶୃଙ୍ଖଳିତ ରହିବାକୁ ତାଗିଦ୍ କଲେ।
The post ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୁରିଲା ବର୍ଷେ, ୨୮ ବର୍ଷ ରାଜନୈତିକ ଜୀବନରେ ଏହା ଥିଲା ନୂଆ ପଦବୀ appeared first on KNews Odisha.