୨୦୨୭ ସୁଦ୍ଧା ୪,୦୦,୦୦୦ ଚାର୍ଜ୍‌ ପଏଣ୍ଟ ଲକ୍ଷ୍ୟ

ନୂଆଦିଲ୍ଲୀ,୧୫।୨: ଦେଶର ପ୍ରମୁଖ ଇଲେକ୍ଟ୍ରିକ୍‌ ଭେହିକଲ୍‌(ଇଭି) କାର୍‌ ନିର୍ମାତା ତଥା ଟାଟା ମୋଟର୍ସର ସହାୟକ ସଂସ୍ଥା ଟାଟା ଇଭିକୁ ନିକଟରେ ଆଉ ସଫଳତା ମିଳିଛି। ଏପରିକି ଟାଟା ଇଭିର ଚାର୍ଜି ପଏଣ୍ଟ ସଂଖ୍ୟା ନିକଟରେ ୨,୦୦,୦୦୦ ଅତିକ୍ରମ କରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଟାଟା ଇଭି ଦେଶର ଚାର୍ଜିଂ ମୌଳିକ ସୁବିଧା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏପରିକି ୨୦୨୭ […] The post ୨୦୨୭ ସୁଦ୍ଧା ୪,୦୦,୦୦୦ ଚାର୍ଜ୍‌ ପଏଣ୍ଟ ଲକ୍ଷ୍ୟ appeared first on Dharitri Odia News.

୨୦୨୭ ସୁଦ୍ଧା ୪,୦୦,୦୦୦ ଚାର୍ଜ୍‌ ପଏଣ୍ଟ ଲକ୍ଷ୍ୟ

ନୂଆଦିଲ୍ଲୀ,୧୫।୨: ଦେଶର ପ୍ରମୁଖ ଇଲେକ୍ଟ୍ରିକ୍‌ ଭେହିକଲ୍‌(ଇଭି) କାର୍‌ ନିର୍ମାତା ତଥା ଟାଟା ମୋଟର୍ସର ସହାୟକ ସଂସ୍ଥା ଟାଟା ଇଭିକୁ ନିକଟରେ ଆଉ ସଫଳତା ମିଳିଛି। ଏପରିକି ଟାଟା ଇଭିର ଚାର୍ଜି ପଏଣ୍ଟ ସଂଖ୍ୟା ନିକଟରେ ୨,୦୦,୦୦୦ ଅତିକ୍ରମ କରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଟାଟା ଇଭି ଦେଶର ଚାର୍ଜିଂ ମୌଳିକ ସୁବିଧା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏପରିକି ୨୦୨୭ ସୁଦ୍ଧା ଟାଟା ଇଭି ୪,୦୦,୦୦୦ ଚାର୍ଜିଂ ପଏଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛି। ବର୍ତ୍ତମାନଠାରୁ ୨ଗୁଣରୁ ଅଧିକ ପଏଣ୍ଟ ସାରା ଦେଶରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ରୁ ଦେଶର ଇଭି ଚାର୍ଜିଂ ସୁବିଧା ଆରମ୍ଭ ହୋଇଥିଲାବେଳେ ଏହି ମୌଳିକ ସୁବିଧା ବିସ୍ତାର କରିବା ପାଇଁ ଟାଟା ଇଭି ପ୍ରଥମରୁ ପ୍ରଚେଷ୍ଟା ଜାରି ରଖିଛି। ପ୍ରଥମେ ଟାଟା ଗ୍ରୁପ୍‌ କମ୍ପାନୀଗୁଡିକର ସହଭାଗିତାରେ ସିମ୍ଲେସ୍‌ ଘରୋଇ/ହୋମ୍‌ ଚାର୍ଜିଂ ସମାଧାନର ଶୁଭାରମ୍ଭ କରିଛି ଏବଂ ତା’ପରେ ଇଭି ବହୁଳ ଭାବେ ବ୍ୟବହାର ହେଉଥିବା ସହର ଏବଂ ଏହାର ଆଖପାଖରେ ସାର୍ବଜନୀନ ଚାର୍ଜିଂ ମୌଳିକ ସୁବିଧା ଆରମ୍ଭ କରିବ।
ପରବର୍ତ୍ତୀ ଅଭିବୃଦ୍ଧି ପର୍ଯ୍ୟାୟକୁ ତ୍ୱରାନ୍ବିତ କରିବା ପାଇଁ ଟାଟା ଇଭି ୨୦୨୩ରେ ଏହାର ‘ଖୋଲା ସହଯୋଗିତା’ ଢାଞ୍ଚାର ଶୁଭାରମ୍ଭ କରିଥିଲା। ଏଥିପାଇଁ ଚାର୍ଜ୍‌ ପଏଣ୍ଟ ଅପରେଟର ଏବଂ ଅଏଲ୍‌ ମାର୍କେଟିଂ କମ୍ପାନୀ ସହ ଯୋଜନାଭୁକ୍ତ ସହଯୋଗିତା ସ୍ଥାପନ କରିଥିଲା।
ଏ ନେଇ ଶୈଳେଶ ଚନ୍ଦ୍ର ପରିଚାଳନା ନିର୍ଦ୍ଦେଶକ ଟାଟା ମୋଟର୍ସ ପାସେଞ୍ଜର ଯାନବାହନ ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି କହିଥିଲେ, ଟାଟା ଇଭି ହେଉଛି ଭାରତର ଇଭି ବିପ୍ଳବର ଅଗ୍ରଣୀ, କେବଳ ବିଶ୍ୱସ୍ତରୀୟ ଇଲେକ୍ଟ୍ରିକ୍‌ ଭେହିକଲ୍‌ ପ୍ରସ୍ତୁତ କରୁଛି, ତାହା ନୁହେଁ ଆମେ ‘ଖୋଲା ସହଯୋଗୀତା ୨.୦’ ମଧ୍ୟ ଶୁଭାରମ୍ଭ କରିଛୁ ଯାହାର ଲକ୍ଷ୍ୟ ହେଉଛି ଆଗାମୀ ୨ବର୍ଷ ମଧ୍ୟରେ ଅଗ୍ରଣୀ ସିପିଓ ସହଭାଗିତାରେ ଚାର୍ଜିଂ ନେଟ୍‌ୱର୍କକୁ ୪୦୦,୦୦୦ ରୁ ଅଧିକ ପଏଣ୍ଟ ସ୍ଥାପନ କରିବା। ଏହି ପ୍ରଚେଷ୍ଟା ଉପଭୋକ୍ତାମାନଙ୍କର ଚାର୍ଜିଂ ସ୍ପିଡ୍‌ ବିଶ୍ୱାସଯୋଗ୍ୟତା ଏବଂ ଅନୁଭବ ବୃଦ୍ଧି କରିବ, ଏବଂ ଏହା ସିପିଓମାନଙ୍କର ବ୍ୟବସାୟିକ ଲାଭଦାୟକତା ସମ୍ଭବ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଅଭିବୃଦ୍ଧିରେ ସହାୟକ ହେବ।

The post ୨୦୨୭ ସୁଦ୍ଧା ୪,୦୦,୦୦୦ ଚାର୍ଜ୍‌ ପଏଣ୍ଟ ଲକ୍ଷ୍ୟ appeared first on Dharitri Odia News.