ବିମାନ ଯାତ୍ରୀ ସଂଖ୍ୟା ବୃଦ୍ଧି ହାରରରେ ଚୀନ୍ କୁ ୨୦୨୬ରେ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ ୧୬।୬: ବିମାନ ବନ୍ଦର ସମୂହ ଏୟାରପୋର୍ଟସ୍ ଇଣ୍ଟରନ୍ୟାସନାଲ କାଉନସିଲ (ଏସିଆଇ) ବୁଧବାର କହିଛନ୍ତି ଯେ ବିମାନଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହାର ୨୦୨୬ରେ ଚୀନ୍‌କୁ ପଛରେ ପକାଇଦେବ ଭାରତ। ବିଶ୍ୱରେ ସବୁଠୁ ଦ୍ରୁତ ବଢୁଥିବା ଯାତ୍ରୀ ବିମାନ ବଜାର ମଧ୍ୟରେ ଭାରତ ଅନ୍ୟତମ।  ଭାରତର ବିମାନ ଯାତ୍ରୀ ବୃଦ୍ଧି ହାର ଚଳିତବର୍ଷ ୧୦.୧% ରହିଛି, ଯାହା ଚୀନର ୧୨%ରୁ କମ୍। ଏସିଆଇ ପ୍ରଶାନ୍ତ-ଏସିୟା ଓ ପଶ୍ଚିମ ଏସିୟା ମହାନିର୍ଦ୍ଦେଶକ ଷ୍ଟେଫୋନ ବ୍ୟାରୋଙ୍କୀ କହିଛନ୍ତି ଯେ ଭାରତ ଏକ ଏପରି ବଜାର ଯାହା ବିକଶିତ ହେଉଛି। ଏସିଆଇ ପ୍ରଶାନ୍ତ–ଏସିୟା ଓ  ପଶ୍ଚିମ ଏସିୟା ଏହି କ୍ଷେତ୍ରେର ୬୦୦ରୁ ଅଧିକ ବିମାନ ବନ୍ଦରର ପ୍ରତିନିଧିତ୍ୱ କରୁଛି। ଏହାର ଅନୁମାନ ଅନୁସାରେ ଭାରତର ବିମାନଯାତ୍ରା ବୃଦ୍ଧି ହାର ୨୦୨୬ରେ ୧୦.୫% ଓ ୨୦୨୭ରେ ୧୦.୩% ହେବ। ଏହି ସମୟରେ ଚୀନ୍ ୮.୯ ଓ ୭.୨% ରହିବ। ୨୦୨୩-୨୭ ଲାଗି ଭାରତରେ ବିମାନଯାତ୍ରୀଙ୍କ ସଂଖ୍ୟା ନିମନ୍ତେ ବାର୍ଷିକ ବୃଦ୍ଧି ହାର (ସିଓଜିଆର)ଅନୁମାନ ୯.୫% ରହିଛି। ଯାହା ଏସିଆଇ ଅନୁସାରେ ଚୀନ ନିମନ୍ତେ ୮.୮%ରୁ ଅଧିକ। ଭାରତ ମଧ୍ୟ ୨୦୨୪-୫୩ ମଧ୍ୟରେ ବିଶ୍ୱସ୍ତରରେ ସବୁଠୁ ଦ୍ରୁତ ବଢୁଥିବା ବିମାନ ବଜାରରେ ପରିଣତ ହେବ। 

ବିମାନ ଯାତ୍ରୀ ସଂଖ୍ୟା ବୃଦ୍ଧି ହାରରରେ ଚୀନ୍ କୁ ୨୦୨୬ରେ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ ୧୬।୬: ବିମାନ ବନ୍ଦର ସମୂହ ଏୟାରପୋର୍ଟସ୍ ଇଣ୍ଟରନ୍ୟାସନାଲ କାଉନସିଲ (ଏସିଆଇ) ବୁଧବାର କହିଛନ୍ତି ଯେ ବିମାନଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହାର ୨୦୨୬ରେ ଚୀନ୍‌କୁ ପଛରେ ପକାଇଦେବ ଭାରତ। ବିଶ୍ୱରେ ସବୁଠୁ ଦ୍ରୁତ ବଢୁଥିବା ଯାତ୍ରୀ ବିମାନ ବଜାର ମଧ୍ୟରେ ଭାରତ ଅନ୍ୟତମ।  ଭାରତର ବିମାନ ଯାତ୍ରୀ ବୃଦ୍ଧି ହାର ଚଳିତବର୍ଷ ୧୦.୧% ରହିଛି, ଯାହା ଚୀନର ୧୨%ରୁ କମ୍। ଏସିଆଇ ପ୍ରଶାନ୍ତ-ଏସିୟା ଓ ପଶ୍ଚିମ ଏସିୟା ମହାନିର୍ଦ୍ଦେଶକ ଷ୍ଟେଫୋନ ବ୍ୟାରୋଙ୍କୀ କହିଛନ୍ତି ଯେ ଭାରତ ଏକ ଏପରି ବଜାର ଯାହା ବିକଶିତ ହେଉଛି। 

ଏସିଆଇ ପ୍ରଶାନ୍ତ–ଏସିୟା ଓ  ପଶ୍ଚିମ ଏସିୟା ଏହି କ୍ଷେତ୍ରେର ୬୦୦ରୁ ଅଧିକ ବିମାନ ବନ୍ଦରର ପ୍ରତିନିଧିତ୍ୱ କରୁଛି। ଏହାର ଅନୁମାନ ଅନୁସାରେ ଭାରତର ବିମାନଯାତ୍ରା ବୃଦ୍ଧି ହାର ୨୦୨୬ରେ ୧୦.୫% ଓ ୨୦୨୭ରେ ୧୦.୩% ହେବ। ଏହି ସମୟରେ ଚୀନ୍ ୮.୯ ଓ ୭.୨% ରହିବ। ୨୦୨୩-୨୭ ଲାଗି ଭାରତରେ ବିମାନଯାତ୍ରୀଙ୍କ ସଂଖ୍ୟା ନିମନ୍ତେ ବାର୍ଷିକ ବୃଦ୍ଧି ହାର (ସିଓଜିଆର)ଅନୁମାନ ୯.୫% ରହିଛି। ଯାହା ଏସିଆଇ ଅନୁସାରେ ଚୀନ ନିମନ୍ତେ ୮.୮%ରୁ ଅଧିକ। 

ଭାରତ ମଧ୍ୟ ୨୦୨୪-୫୩ ମଧ୍ୟରେ ବିଶ୍ୱସ୍ତରରେ ସବୁଠୁ ଦ୍ରୁତ ବଢୁଥିବା ବିମାନ ବଜାରରେ ପରିଣତ ହେବ।