ଜଜ୍ଙ୍କ ଘରୁ ଚୋରି ହୋଇଗଲା କୁକୁର, ଦୁଇ ଡଜନେରୁ ଉର୍ଦ୍ଧ୍ୱ ଲୋକଙ୍କ ବିରୋଧରେ ମାମଲା
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲିରେ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ବିଚାରପତିଙ୍କ କୁକୁର ଚୋରି ହେବାରୁ ଦୁଇ ଡଜନେରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ତଦନ୍ତ ଚାଲିଛି। ଏବେବି ବିଚାରପତିଙ୍କ ପୋଷା କୁକୁର ନିଖୋଜ ଅଛି। କୁହାଯାଉଛି ଯେ ଅଭିଯୋଗକାରୀ ବରେଲିର ବାସିନ୍ଦା ଏବଂ ବର୍ତ୍ତମାନ ସିଭିଲ୍ ଜଜ୍ ଭାବରେ ହରଡଇରେ କାର୍ଯ୍ୟଋତ। ପୁରା ପରିବାର ବରେଲିର ସନସିଟି କଲୋନୀରେ ରୁହନ୍ତି। ଅଭିଯୋଗ ହୋଇଛି ଯେ ଉକ୍ତ କଲୋନୀରେ ଜଜ୍ଙ୍କ ପଡ଼ୋଶୀରେ ରହୁଥିବା ଡମ୍ପି ଅହମ୍ମଦ ତାଙ୍କ ପୋଷା କୁକୁର ଚୋରି କରିଛନ୍ତି। ଯେଉଁଥିରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏଫ୍ଆଇଆର୍ ଅନୁଯାୟୀ, ସନସିଟି କଲୋନୀର ବାସିନ୍ଦା କାଦିର ଖାନଙ୍କ ପୁଅ ଡମ୍ପି ଅହମ୍ମଦ ଜଜ୍ଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକ ସହ ଭୟଭୀତ ଓ ଅସଦାଚରଣ କରିଥିଲେ। ଯଦି ସେ ବିରୋଧ କଲେ ଏବଂ ଶେଷରେ ପୋଷା କୁକୁରକୁ ଗାଏବ କରିଦେବେ, ମାରିଦେବାକୁ ଧମକ ଦେଇଥିଲେ। ଏଥିସହିତ ଅଭିଯୁକ୍ତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ପୋଷା କୁକୁର ସେମାନଙ୍କୁ ଆକ୍ରମଣ କରି କାମୁଡିଥିଲା। ସେହି ବିଷୟରେ ଅଭିଯୋଗ କରିବାକୁ ଯାଇଥିଲେ, ଯେଉଁଥିରୁ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ ମାମଲା ପୋଲିସ ନିକଟରେ ପହଞ୍ଚିଛି। ପୋଲିସ ତଦନ୍ତ ଚଳାଇଛି। ଏହି ପ୍ରସଙ୍ଗ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁସାରେ, ଯେତେବେଳେ ସିଭିଲ୍ ଜଜ୍ ଏହି ଘଟଣା ବି
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲିରେ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ବିଚାରପତିଙ୍କ କୁକୁର ଚୋରି ହେବାରୁ ଦୁଇ ଡଜନେରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ତଦନ୍ତ ଚାଲିଛି। ଏବେବି ବିଚାରପତିଙ୍କ ପୋଷା କୁକୁର ନିଖୋଜ ଅଛି।
କୁହାଯାଉଛି ଯେ ଅଭିଯୋଗକାରୀ ବରେଲିର ବାସିନ୍ଦା ଏବଂ ବର୍ତ୍ତମାନ ସିଭିଲ୍ ଜଜ୍ ଭାବରେ ହରଡଇରେ କାର୍ଯ୍ୟଋତ। ପୁରା ପରିବାର ବରେଲିର ସନସିଟି କଲୋନୀରେ ରୁହନ୍ତି। ଅଭିଯୋଗ ହୋଇଛି ଯେ ଉକ୍ତ କଲୋନୀରେ ଜଜ୍ଙ୍କ ପଡ଼ୋଶୀରେ ରହୁଥିବା ଡମ୍ପି ଅହମ୍ମଦ ତାଙ୍କ ପୋଷା କୁକୁର ଚୋରି କରିଛନ୍ତି। ଯେଉଁଥିରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଏଫ୍ଆଇଆର୍ ଅନୁଯାୟୀ, ସନସିଟି କଲୋନୀର ବାସିନ୍ଦା କାଦିର ଖାନଙ୍କ ପୁଅ ଡମ୍ପି ଅହମ୍ମଦ ଜଜ୍ଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକ ସହ ଭୟଭୀତ ଓ ଅସଦାଚରଣ କରିଥିଲେ। ଯଦି ସେ ବିରୋଧ କଲେ ଏବଂ ଶେଷରେ ପୋଷା କୁକୁରକୁ ଗାଏବ କରିଦେବେ, ମାରିଦେବାକୁ ଧମକ ଦେଇଥିଲେ।
ଏଥିସହିତ ଅଭିଯୁକ୍ତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ପୋଷା କୁକୁର ସେମାନଙ୍କୁ ଆକ୍ରମଣ କରି କାମୁଡିଥିଲା। ସେହି ବିଷୟରେ ଅଭିଯୋଗ କରିବାକୁ ଯାଇଥିଲେ, ଯେଉଁଥିରୁ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ ମାମଲା ପୋଲିସ ନିକଟରେ ପହଞ୍ଚିଛି। ପୋଲିସ ତଦନ୍ତ ଚଳାଇଛି। ଏହି ପ୍ରସଙ୍ଗ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁସାରେ, ଯେତେବେଳେ ସିଭିଲ୍ ଜଜ୍ ଏହି ଘଟଣା ବିଷୟରେ ଜାଣିଲେ, ସେ ବରେଲି ପୋଲିସ୍ ଅଧିକାରୀଙ୍କୁ ଡାକି ଏ ବିଷୟରେ ସୂଚନା ଦେଇଥିଲେ। ପରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା। ଏ ବାବଦରେ ସ୍ଥାନୀୟ ଥାନାଅଧିକାରୀ ଅନୀତା ଚୌହାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୋଲିସ ଟିମ୍ ବିଚାରପତିଙ୍କ କୁକୁରକୁ ଖୋଜିବା ଆରମ୍ଭ କରିଛି। କିନ୍ତୁ ଏହି ମାମଲାରେ ଗଣମାଧ୍ୟମକୁ ସୂଚନା ଦେବାକୁ ବିଚାରପତି ମନା କରିଦେଇଥିଲେ।