୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ସୁରକ୍ଷା ବ୍ୟବସ୍ଥାରେ ସମୀକ୍ଷା କଲେ ଏସ୍ପିଜି
ଭୁବନେଶ୍ୱର ୧୭।୦୬ : ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ବସିଛି ସମୀକ୍ଷା ବୈଠକ । ଯେଉଁଥିରେ ଏସ୍ପିଜି, କମିଶନରେଟ୍ ପୋଲିସ, ଅଗ୍ନିଶମ ବାହିନୀ, ବିମାନବନ୍ଦର ନିର୍ଦ୍ଦେଶକ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହିଛନ୍ତି । ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଛକ ଦେଇ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରୁ ଜୟଦେବ ବିହାର ରାସ୍ତା ଦେଇ ଜନତା ମଇଦାନ ଯିବେ । ଏଥିପାଇଁ ଏହି ଲୁଟ୍ ଲାଇନ୍ର ସୁରକ୍ଷା ଯାଞ୍ଚ କରିଛନ୍ତି ଏସ୍ପିଜି । ଆସନ୍ତା ୨୦ ତାରିଖରେ ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ମଙ୍ଗଳବାର ବସିଥିବା ବୈଠକରେ ଗସ୍ତ ସମୟ ବ୍ଲ ପ୍ରିଣ୍ଟକୁ ତନତନ କରି ଯାଞ୍ଚ କରିଛନ୍ତି ସୁରକ୍ଷା ଅଧିକାରୀ । ବିମାନବନ୍ଦର, ଜନତା ମଇଦାନ ଆଦି ସ୍ଥାନମାନଙ୍କର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।
ଭୁବନେଶ୍ୱର ୧୭।୦୬ : ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ବସିଛି ସମୀକ୍ଷା ବୈଠକ । ଯେଉଁଥିରେ ଏସ୍ପିଜି, କମିଶନରେଟ୍ ପୋଲିସ, ଅଗ୍ନିଶମ ବାହିନୀ, ବିମାନବନ୍ଦର ନିର୍ଦ୍ଦେଶକ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହିଛନ୍ତି ।
ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଛକ ଦେଇ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରୁ ଜୟଦେବ ବିହାର ରାସ୍ତା ଦେଇ ଜନତା ମଇଦାନ ଯିବେ । ଏଥିପାଇଁ ଏହି ଲୁଟ୍ ଲାଇନ୍ର ସୁରକ୍ଷା ଯାଞ୍ଚ କରିଛନ୍ତି ଏସ୍ପିଜି । ଆସନ୍ତା ୨୦ ତାରିଖରେ ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ମଙ୍ଗଳବାର ବସିଥିବା ବୈଠକରେ ଗସ୍ତ ସମୟ ବ୍ଲ ପ୍ରିଣ୍ଟକୁ ତନତନ କରି ଯାଞ୍ଚ କରିଛନ୍ତି ସୁରକ୍ଷା ଅଧିକାରୀ । ବିମାନବନ୍ଦର, ଜନତା ମଇଦାନ ଆଦି ସ୍ଥାନମାନଙ୍କର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।