ଧର୍ମଶାଳାରେ ବ୍ୟାକ୍ ଟୁ ବ୍ୟାକ୍ ସେଞ୍ଚୁରୀ; ରୋହିତଙ୍କ ପରେ ଗର୍ଜୁଛି ଗିଲ୍ଙ୍କ ବ୍ୟାଟ୍
ଧର୍ମଶାଳା: ଧର୍ମଶାଳାରେ ଟିମ୍ ଇଣ୍ଡିଆରେ ବ୍ୟାକ୍ ଟୁ ବ୍ୟାକ୍ ଶତକ । ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ୍ ଏବଂ ଗିଲଙ୍କ ଶତକୀୟ ପାଳି । ପ୍ରଥମେ ଅଧିନାୟକ ରୋହିତ ଶର୍ମା ଶତକ ମାରିବା ପରେ ଶୁବମନ ଗିଲ୍ ସେଞ୍ଜୁରୀ ମାରିଛନ୍ତି । ଟେଷ୍ଟ କ୍ରିକେଟରେ ରୋହିତଙ୍କ ଏହା ୧୨ତମ ଶତକ । ସେ ୫୯ ମ୍ୟାଚରୁ ଏହି ରେକର୍ଡ ହାସଲ କରିଛନ୍ତି । ହିଟ୍ ମ୍ୟାନ୍ ୧୦୧ ଇନିଂସରେ ୧୨ଟି ଶତକ ଓ ୧୭ଟି ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ଗିଲ୍ଙ୍କ ଏହା ଚତୁର୍ଥ ଶତକ । ଶୁବମନ୍ ୨୫ଟି ମ୍ୟାଚ୍ ଖେଳି ୪ଟି ସେଞ୍ଚୁରୀ ଓ ୬ଟି ଅର୍ଦ୍ଧଶତକ ମାରିଛନ୍ତି । ପଞ୍ଚମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ପ୍ରଥମେ ସ୍ପିନରଙ୍କ କମାଲ୍ ପରେ ଏବେ ରୋହିତ୍ ଶର୍ମା ଓ ଶୁବମନ ଗିଲ୍ଙ୍କ ବ୍ୟାଟ୍ ଗର୍ଜିଛି । ଦ୍ବିତୀୟ ଦିନରେ ଅଧିନାୟକ ରୋହିତ୍ ଶର୍ମା ଏବଂ ଯୁବ ତାରକା ଶୁବମନ ଗିଲ୍ ଶତକୀୟ ପାଳି ଖେଳିଛନ୍ତି । ଫଳରେ ଲଞ୍ଚ୍ ସୁଦ୍ଧା ଭାରତୀୟ ଦଳ ଏକ ଓ୍ବିକେଟ୍ ବିନିମୟରେ ୨୬୪ ରନ୍ ସଂଗ୍ରହ କରିଛି । ଏହା ସହତି ଭ୍ରମଣକାରୀ ଇଂଲଣ୍ଡକୁ ୪୬ରନ୍ ଲିଡ୍ ଦେଇଛି । ହିଟ୍ ମ୍ୟାନ୍ ୧୬୦ଟି ବଲରୁ ୧୦୨ ରନ୍ କରି ଅପରାଜିତ ଅଛନ୍ତି । ଏଥିରେ ୧୩ଟି ଚୌକା ଓ ୩ଟି ଛକା ରହିଛି । ସେହିପରି ଗିଲ୍ ୧୪୨ ବଲ୍ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରି ୧୦୧ ରନ୍ ସଂଗ୍ରହ କରିଛନ୍ତି ।
ଧର୍ମଶାଳା: ଧର୍ମଶାଳାରେ ଟିମ୍ ଇଣ୍ଡିଆରେ ବ୍ୟାକ୍ ଟୁ ବ୍ୟାକ୍ ଶତକ । ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ୍ ଏବଂ ଗିଲଙ୍କ ଶତକୀୟ ପାଳି । ପ୍ରଥମେ ଅଧିନାୟକ ରୋହିତ ଶର୍ମା ଶତକ ମାରିବା ପରେ ଶୁବମନ ଗିଲ୍ ସେଞ୍ଜୁରୀ ମାରିଛନ୍ତି । ଟେଷ୍ଟ କ୍ରିକେଟରେ ରୋହିତଙ୍କ ଏହା ୧୨ତମ ଶତକ । ସେ ୫୯ ମ୍ୟାଚରୁ ଏହି ରେକର୍ଡ ହାସଲ କରିଛନ୍ତି । ହିଟ୍ ମ୍ୟାନ୍ ୧୦୧ ଇନିଂସରେ ୧୨ଟି ଶତକ ଓ ୧୭ଟି ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ଗିଲ୍ଙ୍କ ଏହା ଚତୁର୍ଥ ଶତକ । ଶୁବମନ୍ ୨୫ଟି ମ୍ୟାଚ୍ ଖେଳି ୪ଟି ସେଞ୍ଚୁରୀ ଓ ୬ଟି ଅର୍ଦ୍ଧଶତକ ମାରିଛନ୍ତି ।
ପଞ୍ଚମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ପ୍ରଥମେ ସ୍ପିନରଙ୍କ କମାଲ୍ ପରେ ଏବେ ରୋହିତ୍ ଶର୍ମା ଓ ଶୁବମନ ଗିଲ୍ଙ୍କ ବ୍ୟାଟ୍ ଗର୍ଜିଛି । ଦ୍ବିତୀୟ ଦିନରେ ଅଧିନାୟକ ରୋହିତ୍ ଶର୍ମା ଏବଂ ଯୁବ ତାରକା ଶୁବମନ ଗିଲ୍ ଶତକୀୟ ପାଳି ଖେଳିଛନ୍ତି । ଫଳରେ ଲଞ୍ଚ୍ ସୁଦ୍ଧା ଭାରତୀୟ ଦଳ ଏକ ଓ୍ବିକେଟ୍ ବିନିମୟରେ ୨୬୪ ରନ୍ ସଂଗ୍ରହ କରିଛି । ଏହା ସହତି ଭ୍ରମଣକାରୀ ଇଂଲଣ୍ଡକୁ ୪୬ରନ୍ ଲିଡ୍ ଦେଇଛି । ହିଟ୍ ମ୍ୟାନ୍ ୧୬୦ଟି ବଲରୁ ୧୦୨ ରନ୍ କରି ଅପରାଜିତ ଅଛନ୍ତି । ଏଥିରେ ୧୩ଟି ଚୌକା ଓ ୩ଟି ଛକା ରହିଛି । ସେହିପରି ଗିଲ୍ ୧୪୨ ବଲ୍ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରି ୧୦୧ ରନ୍ ସଂଗ୍ରହ କରିଛନ୍ତି ।