ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ

ରାଞ୍ଚି.୧୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ନିର୍ବାଚନ ଆୟୋଗ(ଇସି)ଙ୍କୁ ଏକ ପତ୍ର ଲେଖିଛନ୍ତି। ସେହିପରି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ୍‌ ଜାମସେଦପୁରରେ ରହି ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ସେ କହିଛନ୍ତି। ଏକ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ପଦରେ ଥାଇ ରଘୁବର କିପରି […] The post ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ appeared first on Dharitri Odia News.

ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ

ରାଞ୍ଚି.୧୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ନିର୍ବାଚନ ଆୟୋଗ(ଇସି)ଙ୍କୁ ଏକ ପତ୍ର ଲେଖିଛନ୍ତି। ସେହିପରି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ୍‌ ଜାମସେଦପୁରରେ ରହି ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ସେ କହିଛନ୍ତି। ଏକ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ପଦରେ ଥାଇ ରଘୁବର କିପରି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଇସିଙ୍କୁ ଦାବି କରିଛନ୍ତି।

ତେବେ ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ୨୦ଟି ଆସନରେ ଅନିୟମିତତା ହୋଇଥିବା ନେଇ କଂଗ୍ରସର ଅଭିଯୋଗକୁ ଇସି ଖାରଜ କରିଦେଇଥିଲେ। ଏହାକୁ ନେଇ ରମେଶ କହିଛନ୍ତି, ଇସିଙ୍କ ନିକଟରେ ଅଭିଯୋଗ କରିବା ହେଉଛି ସମସ୍ତ ରାଜନୈତିକ ଦଳଙ୍କର ଗଣତାନ୍ତ୍ରିକ ଅଧିକାର। ଏକ ସାମ୍ବିଧାନିକ ସଂସ୍ଥା ଭାବେ ନିର୍ବାଚନ ପ୍ରକ୍ରିୟାକୁ ନେଇ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ଅଭିଯୋଗଗୁଡ଼ିକୁ ଇସିଙ୍କ ପକ୍ଷରୁ ଗୁରୁତର ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

The post ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ appeared first on Dharitri Odia News.