ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ସ୍ବାସ୍ଥ୍ୟସେବାକୁ ନେଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ […] The post ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ସ୍ବାସ୍ଥ୍ୟସେବାକୁ ନେଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି,ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସାଲାଇନ ଷ୍ଟାଣ୍ଡ ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସାଲାଇନ ହାତରେ ଧରି ଛିଡ଼ା ହେବାକୁ ପଡୁଛି। ସେହିପରି ଶଯ୍ୟାଭାବରୁ ସ୍ବାସ୍ଥ୍ୟକେନ୍ଦ୍ର ଚଟାଣରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଏଠାରେ ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁ ରୋଗୀମାନଙ୍କୁ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଆଯାଉଛି। ସେଠାରେ ମଧ୍ୟ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ପଡୁଥିବାରୁ ରୋଗୀଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଉଭୟ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ସମସ୍ୟା ସମାଧାନ ପାଇଁ ନାଗରିକ ମଞ୍ଚ ଦାବି କରିଛି। ସେହିପରି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅପରେଶନ ଥିଏଟର (ଓଟି)କୁ କାର୍ଯ୍ୟକ୍ଷମ କରିବା ସହ ମୋଟ ୨୧ଟି ଡାକ୍ତର ପଦବୀକୁ ପୂରଣକରିବା, ନର୍ସ ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି, ସମସ୍ତ ଔଷଧ, ପରୀକ୍ଷାକୁ ନିଶ୍ଚିତ କରିବା ପାଇଁ ନାଗରିକ ମଞ୍ଚ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ନାଗରିକ ମଞ୍ଚର ଶିବାନନ୍ଦ ମଟାରୀ, ମହେନ୍ଦ୍ର ପୁରୋହିତ, ପ୍ରଶାନ୍ତ କୁମାର ନାୟକ, ସୁଶାନ୍ତ ସାହୁ, ଲତିଫ ଖାନ, ରାଜେନ୍ଦ୍ର ସିକନ୍ଦର, ଗଙ୍ଗା ପୂଜାରୀ, ବିମଲ କୁମାର ଶିକା, ସାରଥୀ ମେହେର, ସୁଶାନ୍ତ ପାଢ଼ୀ, ବିକାଶ ଅଗ୍ରୱାଲ, ସୁରେଶ ନେକାଣ୍ଟି, ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.