ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ

ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍‌କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ ସହାୟତା ପାଇଁ ଗୁହାରି କରିବା ମାତ୍ରେ ବଡ଼ ହୃଦୟ ଦେଖାଇଛି ଭାରତ। ସହଯୋଗର ବାର୍ତ୍ତା ଦେଇ ଦେଶ ମାଳଦ୍ୱୀପ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ସରକାରୀ ବଣ୍ଡର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରିଛି। ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଏହି […] The post ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ appeared first on Dharitri Odia News.

ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ

ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍‌କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ ସହାୟତା ପାଇଁ ଗୁହାରି କରିବା ମାତ୍ରେ ବଡ଼ ହୃଦୟ ଦେଖାଇଛି ଭାରତ। ସହଯୋଗର ବାର୍ତ୍ତା ଦେଇ ଦେଶ ମାଳଦ୍ୱୀପ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ସରକାରୀ ବଣ୍ଡର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରିଛି।
ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ମାଳଦ୍ୱୀପର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ସରକାରୀ ବଣ୍ଡର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରିଛି। ବଜେଟ ସମ୍ବନ୍ଧୀୟ ସହାୟତା ପାଇବାକୁ ମାଳଦ୍ୱୀପ ସରକାରଙ୍କ ସ୍ବତନ୍ତ୍ର ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।
ମାଳଦ୍ୱୀପକୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଚାଇନା ସମର୍ଥନ କରୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଭାରତର ଏହି ଆର୍ଥିକ ସହାୟତା ପରେ ମାଲଦ୍ୱୀପ ସରକାର ପଡୋଶୀ ଦେଶକୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବୈଦେଶିକ ମନ୍ତ୍ରୀ ମୁସା ଜାମିର ଏହା ସହ ଜଡିତ ଏକ ପୋଷ୍ଟରେ ଲେଖିଛନ୍ତି- ପାଞ୍ଚ କୋଟି ଆମେରିକୀୟ ଡଲାରର ସରକାରୀ ବଣ୍ଡ ସହିତ ମାଳଦ୍ୱୀପକୁ ଗୁରୁତ୍ୱପୂର୍ଣ୍ଣ ବଜେଟ ସହାୟତା ଯୋଗାଇ ଦେଇଥିବାରୁ ମୁଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛି। ଏହା ସଦ୍‌ଭାବନାର ଏକ ପ୍ରକୃତ ସଙ୍କେତ, ଯାହା ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତାର ପ୍ରକୃତ ପ୍ରତୀକ।

The post ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ appeared first on Dharitri Odia News.