ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୭: ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଆଗାମୀ ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ । ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ। ଆଗାମୀ ୧୨ ବର୍ଷ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ୫ ବର୍ଷ ଆମକୁ ଫୋକସ କରିବାକୁ ପଡ଼ିବ। ଓଡ଼ିଶାରେ ଇଣ୍ଡଷ୍ଟ୍ରି ହବ, ଆଇଟି କ୍ଷେତ୍ରରେ ଆଗେଇ […] The post ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୭: ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଆଗାମୀ ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ । ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ। ଆଗାମୀ ୧୨ ବର୍ଷ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ୫ ବର୍ଷ ଆମକୁ ଫୋକସ କରିବାକୁ ପଡ଼ିବ। ଓଡ଼ିଶାରେ ଇଣ୍ଡଷ୍ଟ୍ରି ହବ, ଆଇଟି କ୍ଷେତ୍ରରେ ଆଗେଇ ନେବାକୁ ପ୍ରସ୍ତାବ ଦେଇଛି। ଆଦିବାସୀଙ୍କ ବିକାଶ, ପର୍ଯ୍ୟଟନର ବିକାଶ ପାଇଁ ନୀତି ଆୟୋଗରେ ପ୍ରସ୍ତାବ ଦେଇଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ୨୦୩୬ ବେଳକୁ ନୂଆ ଓଡ଼ିଶା ହେବ, ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗ ଦେଇ ଓଡ଼ିଶା କିପରି ଆଗକୁ ବଢିବ ସେନେଇ ଆଲୋଚନା କରିଥିବା ଜଣାପଡିଛି।

The post ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.