ଜଙ୍ଗଲ ଭିତରେ ଚାଲିଥିଲା ମଦ ପ୍ରସ୍ତୁତି, ନଷ୍ଟ କଲା ଅବକାରୀ ଟିମ୍

ଉଦଳା: ଜଙ୍ଗଲ ଭିତରେ ଚାଲିଥିଲା ମଦ ପ୍ରସ୍ତୁତି। ଖବର ପାଇ ଚଢ଼ାଉ କରି ବିପୁଳ ମଦ ନଷ୍ଟ କଲା ଅବକାରୀ ବିଭାଗ। ମଦ ପରିମାଣ ଏତେ ଥିଲା ଯେ, ଏହାକୁ ନଷ୍ଟ କରିବା ସମୟରେ ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟାର ଭ୍ରମ। ଘଟଣା ଦେଖିବାକୁ ମିଳିଛି ଉଦଳା ଅବକାରୀ ବିଭାଗ ଅଧୀନ ପଥୁରିଆ ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରେ ମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ସମୟରେ ଦୁଇ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଏଠାରେ ବିକ୍ରି ପାଇଁ ଥିବା ପ୍ରାୟ ରଖାଯାଇଥିବା ୩୫୦ ଲିଟର ଦେଶୀ ମଦ ଏବଂ ୧୨ ହଜାର ୫ଶହ କିଲୋ ପୋଚ ଜବତ କରି ନଷ୍ଟ କରିଛି ଅବକାରୀ ଟିମ୍। ଘଟଣାସ୍ଥଳରେ ମଦ ବେପାରୀ ଛାଡ଼ି ଯାଇଥିବା ଦୁଇ ଗୋଟି ବାଇକକୁ ବିଭାଗ ଜବତ କରିବା ସହ ଫେରାର ଦୁଇ ମଦ ବେପାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅବକାରୀ ଇନ୍ସପେକ୍ଟର।

ଜଙ୍ଗଲ ଭିତରେ ଚାଲିଥିଲା ମଦ ପ୍ରସ୍ତୁତି, ନଷ୍ଟ କଲା ଅବକାରୀ ଟିମ୍

ଉଦଳା: ଜଙ୍ଗଲ ଭିତରେ ଚାଲିଥିଲା ମଦ ପ୍ରସ୍ତୁତି। ଖବର ପାଇ ଚଢ଼ାଉ କରି ବିପୁଳ ମଦ ନଷ୍ଟ କଲା ଅବକାରୀ ବିଭାଗ। ମଦ ପରିମାଣ ଏତେ ଥିଲା ଯେ, ଏହାକୁ ନଷ୍ଟ କରିବା ସମୟରେ ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟାର ଭ୍ରମ। ଘଟଣା ଦେଖିବାକୁ ମିଳିଛି ଉଦଳା ଅବକାରୀ ବିଭାଗ ଅଧୀନ ପଥୁରିଆ ଗ୍ରାମରେ। 

ସୂଚନା ଅନୁଯାୟୀ, ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରେ ମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ସମୟରେ ଦୁଇ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଏଠାରେ ବିକ୍ରି ପାଇଁ ଥିବା ପ୍ରାୟ ରଖାଯାଇଥିବା ୩୫୦ ଲିଟର ଦେଶୀ ମଦ ଏବଂ ୧୨ ହଜାର ୫ଶହ କିଲୋ ପୋଚ ଜବତ କରି ନଷ୍ଟ କରିଛି ଅବକାରୀ ଟିମ୍। 

ଘଟଣାସ୍ଥଳରେ ମଦ ବେପାରୀ ଛାଡ଼ି ଯାଇଥିବା ଦୁଇ ଗୋଟି ବାଇକକୁ ବିଭାଗ ଜବତ କରିବା ସହ ଫେରାର ଦୁଇ ମଦ ବେପାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅବକାରୀ ଇନ୍ସପେକ୍ଟର।