ଦିଲ୍ଲୀରେ ବଡ଼ ଅଘଟଣ: ଶିଶୁ ମେଡିକାଲରେ ନିଆଁ, ୭ ଶିଶୁ ମୃତ...
ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଛି। ଗତକାଲି ମଧ୍ୟରାତିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ଅଗ୍ନିଶମବାହିନୀ ପହଞ୍ଚି ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଛି। ଗତକାଲି ମଧ୍ୟରାତିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ଅଗ୍ନିଶମବାହିନୀ ପହଞ୍ଚି ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି । ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର ପ୍ରମୁଖ କାରଣ କଣ ସେ ଦିଗରେ ଖୋଳତାଡ଼ ଚାଲିଛି ।