ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା

ଧର୍ମଶାଳା/କାଏମା,୧୧ା୧୧(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକର ଶାନ୍ତିବାଜରଠାରେ ପୂର୍ବାହ୍ନରେ ଶତାଧିକ ବିଜେଡି କର୍ମୀ ଏକତ୍ରିତ ହୋଇ ବଡ଼ମଙ୍ଗଳପୁର, ବାଲିଗରି, ନରସିଂହପୁର, ଚୋରମୁହାଁ, ଧର୍ମଶାଳା ବଜାର ଦେଇ ହାଟପଡ଼ିଆ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ହାଟପଡିଆଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଜେଡି ପଦଯାତ୍ରା କମିଟି ମୁଖ୍ୟ ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ଯାଜପୁରର ପୂର୍ବତନ ବିଧାୟକ […] The post ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା appeared first on Dharitri Odia News.

ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା

ଧର୍ମଶାଳା/କାଏମା,୧୧ା୧୧(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକର ଶାନ୍ତିବାଜରଠାରେ ପୂର୍ବାହ୍ନରେ ଶତାଧିକ ବିଜେଡି କର୍ମୀ ଏକତ୍ରିତ ହୋଇ ବଡ଼ମଙ୍ଗଳପୁର, ବାଲିଗରି, ନରସିଂହପୁର, ଚୋରମୁହାଁ, ଧର୍ମଶାଳା ବଜାର ଦେଇ ହାଟପଡ଼ିଆ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ହାଟପଡିଆଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଜେଡି ପଦଯାତ୍ରା କମିଟି ମୁଖ୍ୟ ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁରର ପୂର୍ବତନ ଏମ୍‌ପି ଶର୍ମିଷ୍ଠା ସେଠୀ ଯୋଗଦେଇ ଭାଜପା ସରକାରଙ୍କ ଉପରେ ବର୍ଷିଥିଲେ। ଶାନ୍ତ ଧର୍ମଶାଳାକୁ ଅଶାନ୍ତ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ବିକାଶର ପ୍ରୟୋଗଶାଳା ସାଜିଥିବା ଧର୍ମଶାଳା ନୂତନ ସରକାର ଆସିବାପରେ ଗୋଟାଏ ଦିଗହରା ଧର୍ମଶାଳାରେ ପରିଣତ ହୋଇଛି ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ପଦଯାତ୍ରାରେ ଧର୍ମଶାଳାର ଶତାଧିକ ବିଜେଡି କର୍ମୀ ସାମିଲ ହୋଇ ସରକାରଙ୍କ ବିଫଳତା ଉପରେ ନାରାବାଜି କରିଥିଲେ। ସଭାକୁ ପୂର୍ବତନ ବିଧାୟକ ବଳବନ୍ତରାୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନରେଶ ଚନ୍ଦ୍ର ମହାନ୍ତି, ଡ. ପ୍ରିୟନାଥ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ପ୍ରଭାତ ବଳବନ୍ତରାୟ, ଅରୁଣ ରାଉତ, ଲୋକନାଥ ପଣ୍ଡା, ରେଣୁବାଳା ଶତପଥୀ, ମମତା ଖୁଣ୍ଟିଆ, ମମତା ଦଣ୍ଡପାଟ, କ୍ଷିତୀଶ ନାୟକ, ସୌମ୍ୟପ୍ରକାଶ ବିଶ୍ୱାଳ, ଜଗଦାନନ୍ଦ ରାଉତ, କ୍ଷୀରାବ୍ଧି ତନୟା ମଲ୍ଲିକ ପ୍ରମୁଖଙ୍କ ସମେତ ସମସ୍ତ ଜିଲାପରିଷଦ ସଭ୍ୟାସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟାସଭ୍ୟ ଯୋଗଦେଇଥିଲେ। ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଧନ୍ୟବାଦ ଦେଇଥିଲେ।

The post ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା appeared first on Dharitri Odia News.