‘ରେସ୍-୪’ରେ ସିଦ୍ଧାର୍ଥଙ୍କ ଏଣ୍ଟ୍ରି ! ଭିଲେନ୍‌ ଭୂମିକାରେ ଆସିବେ ନଜର

ମୁମ୍ଵାଇ ୨୬।୦୮: ‘ରେସ୍‌’ ସିରିଜ୍‌ର ୩ଟି ଯାକ ଫିଲ୍ମର  ଅପାର ସଫଳତା ପରେ ପ୍ରଯୋଜକ  ରମେଶ ତୌରାନି ଏବେ ‘ରେସ୍‌-୪’ ପାଇଁ  ଯୋଜନା ଚଳାଇଛନ୍ତି । ଫିଲ୍ମର କାହାଣୀ ରଚନା   ସରିଆସିଥିବାବେଳେ ସେଥିରେ ହିରୋ ଭୂମିକାରେ   ଅଭିନୟ ଲାଗି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନାମ ପ୍ରାୟତଃ  ଚୂଡ଼ାନ୍ତ ହୋଇଛି । ତେବେ ତାଙ୍କ ବିପକ୍ଷରେ ଅଭିନେତା ସିଦ୍ଧାର୍ଥ  ମଲହୋତ୍ରା ଭିଲେନ୍‌ ସାଜିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଖବର  ମୁତାବକ, ‘ରେସ୍‌-୪’ର ଅଂଶବିଶେଷ ହେବା ଲାଗି ସିଦ୍ଧାର୍ଥ ନିଜ  ଆଡୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏ ସଂପର୍କରେ ପ୍ରଯୋଜକ  ରମେଶ ତୌରାନିଙ୍କ ସହିତ ସେ କଥା ମଧ୍ୟ ହୋଇଛନ୍ତି । ଯଦି   ସବୁ କିଛି ଠିକ୍‌ଠାକ୍‌ ରହେ ତେବେ ସେ ଖୁବ୍‌ ଶୀଘ୍ର ଏଥିନେଇ  ଚୁକ୍ତିରେ ସ୍ୱାକ୍ଷର କରିବେ । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ  ହେବାର ଅଛି । ରେସ୍‌ ସିରିଜ୍‌ର ପ୍ରଥମ ଦୁଇଟି ଫିଲ୍ମରେ ସୈଫ୍‌  ଅଲ୍ଲୀ ଖାନ୍‌ଙ୍କ ବିରୋଧରେ ଯଥାକ୍ରମେ ଅକ୍ଷୟ ଖାନ୍ନା ଓ ଜନ୍‌   ଆବ୍ରାହମ୍‌ଙ୍କୁ ଭିଲେନ୍‌ ଭାବେ ଦେଖିବାକୁ ମିଳିଥିଲା । ‘ରେସ୍‌ ୩’ରେ ସଲମାନ୍‌ ଖାନ୍‌ ହିରୋ ଭୂମିକାରେ ଆସିଥିବାବେଳେ ବବି ଦେଓଲ ଭିଲେନ୍‌ ସାଜିଥିଲେ । ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶେଷ  ଥର ଲାଗି ‘ଯୋଦ୍ଧା’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ  ସହିତ ଅଭିନେତ୍ରୀ ଦିଶା ପଟାନି ଓ ରାଶି ଖାନ୍ନା ନଜର ଆସିଥିଲେ ।  ଫିଲ୍ମଟିକୁ ଦର୍ଶକଙ୍କ ନିକଟରୁ ସକ

‘ରେସ୍-୪’ରେ ସିଦ୍ଧାର୍ଥଙ୍କ ଏଣ୍ଟ୍ରି ! ଭିଲେନ୍‌ ଭୂମିକାରେ ଆସିବେ ନଜର

ମୁମ୍ଵାଇ ୨୬।୦୮: ‘ରେସ୍‌’ ସିରିଜ୍‌ର ୩ଟି ଯାକ ଫିଲ୍ମର  ଅପାର ସଫଳତା ପରେ ପ୍ରଯୋଜକ  ରମେଶ ତୌରାନି ଏବେ ‘ରେସ୍‌-୪’ ପାଇଁ  ଯୋଜନା ଚଳାଇଛନ୍ତି । ଫିଲ୍ମର କାହାଣୀ ରଚନା   ସରିଆସିଥିବାବେଳେ ସେଥିରେ ହିରୋ ଭୂମିକାରେ   ଅଭିନୟ ଲାଗି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନାମ ପ୍ରାୟତଃ  ଚୂଡ଼ାନ୍ତ ହୋଇଛି । ତେବେ ତାଙ୍କ ବିପକ୍ଷରେ ଅଭିନେତା ସିଦ୍ଧାର୍ଥ  ମଲହୋତ୍ରା ଭିଲେନ୍‌ ସାଜିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । 

ଖବର  ମୁତାବକ, ‘ରେସ୍‌-୪’ର ଅଂଶବିଶେଷ ହେବା ଲାଗି ସିଦ୍ଧାର୍ଥ ନିଜ  ଆଡୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏ ସଂପର୍କରେ ପ୍ରଯୋଜକ  ରମେଶ ତୌରାନିଙ୍କ ସହିତ ସେ କଥା ମଧ୍ୟ ହୋଇଛନ୍ତି । ଯଦି   ସବୁ କିଛି ଠିକ୍‌ଠାକ୍‌ ରହେ ତେବେ ସେ ଖୁବ୍‌ ଶୀଘ୍ର ଏଥିନେଇ  ଚୁକ୍ତିରେ ସ୍ୱାକ୍ଷର କରିବେ । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ  ହେବାର ଅଛି । ରେସ୍‌ ସିରିଜ୍‌ର ପ୍ରଥମ ଦୁଇଟି ଫିଲ୍ମରେ ସୈଫ୍‌  ଅଲ୍ଲୀ ଖାନ୍‌ଙ୍କ ବିରୋଧରେ ଯଥାକ୍ରମେ ଅକ୍ଷୟ ଖାନ୍ନା ଓ ଜନ୍‌   ଆବ୍ରାହମ୍‌ଙ୍କୁ ଭିଲେନ୍‌ ଭାବେ ଦେଖିବାକୁ ମିଳିଥିଲା । 

‘ରେସ୍‌ ୩’ରେ ସଲମାନ୍‌ ଖାନ୍‌ ହିରୋ ଭୂମିକାରେ ଆସିଥିବାବେଳେ ବବି ଦେଓଲ ଭିଲେନ୍‌ ସାଜିଥିଲେ । ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶେଷ  ଥର ଲାଗି ‘ଯୋଦ୍ଧା’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ  ସହିତ ଅଭିନେତ୍ରୀ ଦିଶା ପଟାନି ଓ ରାଶି ଖାନ୍ନା ନଜର ଆସିଥିଲେ ।  ଫିଲ୍ମଟିକୁ ଦର୍ଶକଙ୍କ ନିକଟରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା ।