କି ଇଞ୍ଜେକସନ ଫୋଡିଲେ, ବେକ ଅପରେସନ ପାଇଁ ଆସିଥିବା ପୁଅର ଜୀବନ ଚାଲିଗଲା

କଟକ ୩/୭: କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଭୁଲ୍‌ ଇଞ୍ଜେକସନରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଅଞ୍ଚଳର ରଶ୍ମିରଞ୍ଜନ ମଲ୍ଲିକ ବେକରେ ଅପରେସନ ପାଇଁ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ଅପରେସନ ପୂର୍ବରୁ ଇଞ୍ଜେକସନ ଦେବା ପରେ ଗୁରୁତର ହୋଇପଡିଥିଲେ ରଶ୍ମିରଞ୍ଜନ । ସଙ୍ଗେ ସଙ୍ଗେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ ଇଞ୍ଜେକସନ ପାଇଁ ପୁଅର ମୃତ୍ୟୁ ହୋଇଥିବା ସଂଗୀନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ । ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନି । ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।   