ଦିନକୁ ପଢ଼ୁଥିଲେ ୧୨ରୁ ୧୪ ଘଣ୍ଟା, ସିଭିଲ ସର୍ଭିସ୍ ରାଙ୍କ୍-୩ ପାଇଥିବା ଅନନ୍ୟା ରେଡ୍ଡୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସର୍ବଭାରତୀୟ ଲୋକସେବା ଆୟୋଗ (UPSC) ଗତକାଲି ୨୦୨୩ ସିଭିଲ ସର୍ଭିସ୍‌ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଆଦିତ୍ୟ ଶ୍ରୀବାସ୍ତବ ସର୍ବଭାରତୀୟ ସ୍ତରରେ ୧ ନମ୍ବର ରାଙ୍କରେ ରହିଛନ୍ତି। ଏହାପରେ ରାଙ୍କ ୨ରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ଆଉ ତାଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ଡୋନୁରୁ ଅନନ୍ୟା ରେଡ୍ଡୀ। ବଡ଼ କଥା ହେଉଛି ସିଭିଲି ସର୍ଭିସରେ ଟପ୍ପର ହୋଇଥିବା ମହିଳାଙ୍କ ମଧ୍ୟରେ ସେ ହେଉଛନ୍ତି ଟପ୍ପର। ତେବେ ଆସନ୍ତୁ ଜାଣିବା ଅଲ ଇଣ୍ଡିଆ ରାଙ୍କ୍‌-୩ରେ ଥିବା ଗ୍ରାଜୁଏଟ ଅନନ୍ୟାଙ୍କ ବିଷୟରେ। ତେଲେଙ୍ଗାନା ମେହବୁବନଗର ବାସିନ୍ଦା ଅନନ୍ୟା। ତାଙ୍କ ମାଆ ଜଣେ ଗୃହିଣୀ ଏବଂ ବାପାଙ୍କ ନିଜର ବ୍ୟବସାୟ ରହିଛି। ଅନନ୍ୟା ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାନ୍ଦା ହାଉସରୁ ଗ୍ରାଜୁଏସନ କରିଛନ୍ତି।ତେବେ ନିଜର ସଫଳତାକୁ ନେଇ ସେ କୁହନ୍ତି ‘‘ଖୁବ୍‌ କଠିନ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସ, ପାସ୍‌ କରିବା ପାଇଁ ତାଙ୍କର ସ୍ବତନ୍ତ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲେ। ଦିନକୁ ପ୍ରାୟ ୧୨-୧୪ ଘଣ୍ଟାରେ ପଢ଼ୁଥିଲେ। ସିଲାବସ୍‌ ଅନୁଯାୟୀ ପାଠ ପଢ଼ିବା ପାଇଁ ଏହି ସ୍ବତନ୍ତ୍ର ସୂଚୀ ତାଙ୍କୁ ବହୁତ ସହଯୋଗ କରିଥିଲା।’’ ସିଏସଇରେ ସେ ଆନ୍ଥ୍ରୋପୋଲୋଜି ବିଷୟକୁ ବିକ୍ପଳ ବିଷୟ ଭାବରେ ବାଛିଥିଲେ। ଅବଶ୍ୟ ଗ୍ରାଜୁଏସନ ସମୟରେ ସେ ଭୂଗୋଳ ମଧ୍ୟ ପଢ଼ିଥିଲେ। ଆହୁରି ମଧ୍ୟ ଆନ୍ଥ୍ରେପୋଲୋଜିକୁ ବ୍ୟତୀତ, ନିଜସ୍ବ ଚେଷ୍ଟାର

ଦିନକୁ ପଢ଼ୁଥିଲେ ୧୨ରୁ ୧୪ ଘଣ୍ଟା, ସିଭିଲ ସର୍ଭିସ୍ ରାଙ୍କ୍-୩ ପାଇଥିବା ଅନନ୍ୟା ରେଡ୍ଡୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସର୍ବଭାରତୀୟ ଲୋକସେବା ଆୟୋଗ (UPSC) ଗତକାଲି ୨୦୨୩ ସିଭିଲ ସର୍ଭିସ୍‌ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଆଦିତ୍ୟ ଶ୍ରୀବାସ୍ତବ ସର୍ବଭାରତୀୟ ସ୍ତରରେ ୧ ନମ୍ବର ରାଙ୍କରେ ରହିଛନ୍ତି। ଏହାପରେ ରାଙ୍କ ୨ରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ଆଉ ତାଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ଡୋନୁରୁ ଅନନ୍ୟା ରେଡ୍ଡୀ। ବଡ଼ କଥା ହେଉଛି ସିଭିଲି ସର୍ଭିସରେ ଟପ୍ପର ହୋଇଥିବା ମହିଳାଙ୍କ ମଧ୍ୟରେ ସେ ହେଉଛନ୍ତି ଟପ୍ପର। 

ତେବେ ଆସନ୍ତୁ ଜାଣିବା ଅଲ ଇଣ୍ଡିଆ ରାଙ୍କ୍‌-୩ରେ ଥିବା ଗ୍ରାଜୁଏଟ ଅନନ୍ୟାଙ୍କ ବିଷୟରେ। ତେଲେଙ୍ଗାନା ମେହବୁବନଗର ବାସିନ୍ଦା ଅନନ୍ୟା। ତାଙ୍କ ମାଆ ଜଣେ ଗୃହିଣୀ ଏବଂ ବାପାଙ୍କ ନିଜର ବ୍ୟବସାୟ ରହିଛି। ଅନନ୍ୟା ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାନ୍ଦା ହାଉସରୁ ଗ୍ରାଜୁଏସନ କରିଛନ୍ତି।

ତେବେ ନିଜର ସଫଳତାକୁ ନେଇ ସେ କୁହନ୍ତି ‘‘ଖୁବ୍‌ କଠିନ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସ, ପାସ୍‌ କରିବା ପାଇଁ ତାଙ୍କର ସ୍ବତନ୍ତ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲେ। ଦିନକୁ ପ୍ରାୟ ୧୨-୧୪ ଘଣ୍ଟାରେ ପଢ଼ୁଥିଲେ। ସିଲାବସ୍‌ ଅନୁଯାୟୀ ପାଠ ପଢ଼ିବା ପାଇଁ ଏହି ସ୍ବତନ୍ତ୍ର ସୂଚୀ ତାଙ୍କୁ ବହୁତ ସହଯୋଗ କରିଥିଲା।’’ ସିଏସଇରେ ସେ ଆନ୍ଥ୍ରୋପୋଲୋଜି ବିଷୟକୁ ବିକ୍ପଳ ବିଷୟ ଭାବରେ ବାଛିଥିଲେ। ଅବଶ୍ୟ ଗ୍ରାଜୁଏସନ ସମୟରେ ସେ ଭୂଗୋଳ ମଧ୍ୟ ପଢ଼ିଥିଲେ। ଆହୁରି ମଧ୍ୟ ଆନ୍ଥ୍ରେପୋଲୋଜିକୁ ବ୍ୟତୀତ, ନିଜସ୍ବ ଚେଷ୍ଟାରେ ଅନ୍ୟ ବିଷୟ ପଢ଼ିଥିଲେ।’’

ସେ ଆହୁରି କହିଛନ୍ତି ‘‘ ସବୁବେଳେ ସମାଜର ସେବା କରିବାକୁ ମୋର ଇଚ୍ଛା ରହିଥିଲା।ମୁଁ ମୋ ପିଲାଦିନରୁ ସମାଜ ପାଇଁ ସେବା କରିବାକୁ ଚାହୁଥିଲି।ଆଉ ଏଥିପାଇଁ ମୁଁ ସିଭିଲ ସର୍ଭିସ ବାଛିଥିଲି। ଆମ ପରିବାରରେ ସିଭିଲ ସର୍ଭିସ୍‌ ପାଇବାରେ ମୁଁ ପ୍ରଥମ।’’

ଉଲ୍ଲେଖଯୋଗ୍ୟ, ୟୁପିଏସସି ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଏହି ସିଭିଲ ସର୍ଭିସ ପରୀକ୍ଷା ଆୟୋଜନ କରିଥାଏ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ରାଙ୍କ୍‌ ଅନୁଯାୟୀ, ଆଇଏଏସ, ଆଇପିଏସ, ଆଇଏଫଏସ ଏବଂ ଅନ୍ୟ ପଦବୀରେ ନିଯୁକ୍ତ ହୋଇଥାନ୍ତି।ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ଆଉ ମାତ୍ର କିଛି ହଜାରହିଁ ହୋଇଥାନ୍ତି ସଫଳ। ଚଳିତ ବର୍ଷ ୧୦୧୬ ଆଶାୟୀ ପରୀକ୍ଷାରେ ସଫଳତା ଆଣିଛନ୍ତି।