ବର୍ଷକୁ ୫୦୦ ଜଣ ନେବେ ପାଇଲଟ୍ ଟ୍ରେନିଂ, ୬୬୨ କୋଟି ଟଙ୍କା ମଞ୍ଜୁର କଲେ ସରକାର
ଭୁବନେଶ୍ୱର,୯ା୩(ଅନିଲ ଦାସ): ରାଜ୍ୟରେ ଦକ୍ଷ ପାଇଲଟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲାର ବିରାଶାଳଠାରେ ବିଜୁ ପଟ୍ଟନାୟକ ଆଭିଏଶନ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ପାଇଲଟ ଟ୍ରେନିଂ, ସିମୁଲେଟର ଟ୍ରେନିଂ ଏବଂ କ୍ୟାବିନ୍ କ୍ରୁ ଟ୍ରେନିଂ କରିବା ପାଇଁ ରାଜ୍ୟ ସରକାର ୬୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାର୍ଷିକ ହାରାହାରି ୫୦୦ ଜଣଙ୍କୁ ତାଲିମ ଦେବା […] The post ବର୍ଷକୁ ୫୦୦ ଜଣ ନେବେ ପାଇଲଟ୍ ଟ୍ରେନିଂ, ୬୬୨ କୋଟି ଟଙ୍କା ମଞ୍ଜୁର କଲେ ସରକାର appeared first on Dharitri Odia News.
ଭୁବନେଶ୍ୱର,୯ା୩(ଅନିଲ ଦାସ): ରାଜ୍ୟରେ ଦକ୍ଷ ପାଇଲଟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲାର ବିରାଶାଳଠାରେ ବିଜୁ ପଟ୍ଟନାୟକ ଆଭିଏଶନ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ପାଇଲଟ ଟ୍ରେନିଂ, ସିମୁଲେଟର ଟ୍ରେନିଂ ଏବଂ କ୍ୟାବିନ୍ କ୍ରୁ ଟ୍ରେନିଂ କରିବା ପାଇଁ ରାଜ୍ୟ ସରକାର ୬୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାର୍ଷିକ ହାରାହାରି ୫୦୦ ଜଣଙ୍କୁ ତାଲିମ ଦେବା ସହିତ ବିମାନ ଚଳାଚଳ ବିକାଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିପାରିବ। ରାଜ୍ୟର ବେସାମରିକ ଚଳାଚଳ ନୀତି ୨୦୨୨ ଅନୁଯାୟୀ, ‘ଗତି’ର ଏହି ପ୍ରସ୍ତାବିତ ନବୀକରଣ ଆସନ୍ତାବର୍ଷରେ ଏକ ମାଇଲ୍ଷ୍ଟୋନ୍ରେ ପରିଣତ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଭାବେ ସମଗ୍ର ଦେଶରେ ପରିଣତ ହେବ। ଭାରତରେ ବର୍ତ୍ତମାନ ପାଇଲଟଙ୍କ ସଂଖ୍ୟା ବହୁତ କମ୍ ଅଛି। ଆସନ୍ତା ୨୦ ବର୍ଷ ମଧ୍ୟରେ ଚାହିଦା ପୂରଣ ପାଇଁ ବର୍ଷକୁ ୨୦୦୦ ପାଇଲଟଙ୍କର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ପ୍ରାୟ ୫୦୦ ଜଣଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଏହି ଆଭିଏଶନ ସେଣ୍ଟର ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବୃଦ୍ଧିରେ ସହାୟକ ହେବା ସହିତ ପର୍ଯ୍ୟଟନ, ଅତିଥି ସେବା ଏବଂ ସ୍ଥାନୀୟ ବ୍ୟବସାୟ ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପର ଅଭିବୃଦ୍ଧି ଘଟିବ।
The post ବର୍ଷକୁ ୫୦୦ ଜଣ ନେବେ ପାଇଲଟ୍ ଟ୍ରେନିଂ, ୬୬୨ କୋଟି ଟଙ୍କା ମଞ୍ଜୁର କଲେ ସରକାର appeared first on Dharitri Odia News.