କାଲିଠାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜନତା ମଇଦାନ ଜମିବ ଭିଡ

ଭୁବନେଶ୍ବର : ଆସନ୍ତାକାଲିଠାରୁ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଭୁବନେଶ୍ବର ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲ ଲାଗିବ। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରଯୋଜିତ ବିଭିନ୍ନ ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ। ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । […]

କାଲିଠାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜନତା ମଇଦାନ ଜମିବ ଭିଡ
19th Tosali National Handicrafts Fair to begin tomorrow

ଭୁବନେଶ୍ବର : ଆସନ୍ତାକାଲିଠାରୁ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଭୁବନେଶ୍ବର ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲ ଲାଗିବ। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରଯୋଜିତ ବିଭିନ୍ନ ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ।

ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ପ୍ରତ୍ୟେକ ଦିନ ୩ ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ମେଳା । ଚଳିତବର୍ଷ ୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବାଣିଜ୍ୟ ଆଶା ରଖିଛି ବିଭାଗ । ୨୫ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ ଶିଳ୍ପ ସୃଜନୀ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ହେଲ୍ସ ଡେସ୍କ, ହ୍ବିଲ ଚେୟାର ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆୟୋଜିତ ହେବ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଫ୍ୟାସନ ଶୋ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ବିକାଶ ଆୟୁକ୍ତ ଓ ବିକାଶ ଆୟୁକ୍ତ ତଥା ସିଡାକର ମିଳିତ ସହଭାଗିତାରେ ଆୟୋଜନ ହେବାକୁ ଯାଉଛି ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ।