ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା,ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର ୦୨/୧୧: ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍‌ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଯୁବତୀଙ୍କ ବାମ ପଟେ ଚଢିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି । ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍‌କୁ ଅଟକାଇଛନ୍ତି ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ପାଇଁ ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ପୋଲିସ  ଉପସ୍ଥିତ ଅଛନ୍ତି ।  