ଫେରିବେ ମୁନ୍ନା ଭୈୟା-କମ୍ପାଉଣ୍ଡର, ଏବେ ଓଟିଟି ନୁହେଁ ବଡ଼ ପରଦାକୁ ଆସିବ ‘ମିର୍ଜାପୁର-ଦ ଫିଲ୍ମ’
ମୁମ୍ବାଇ: ଓଟିଟିର ସବୁଠୁ ଲୋକପ୍ରିୟ ଓ୍ଵେବସିରିଜ୍ ’ ମିର୍ଜାପୁର’ ଏବେ ବଡ଼ କମାଲ କରିବାକୁ ଯାଉଛି। ଏହି ସିରିଜ୍ କିଛି ଏମିତି କରିବାକୁ ଯାଉଛି ଯାହା ଭାରତୀୟ ସିନେମାରେ ବହୁତ କମ ଦେଖିବାକୁ ମିଳିଛି। ଓ୍ଵେବସିରିଜ୍ରେ ପ୍ରସାରିତ ହୋଇଥିବା ଏହି କାହାଣୀ ଏବେ ଫିଲ୍ମର ରୂପ ନେବାକୁ ଯାଉଛି। ଅର୍ଥାତ ’ ମିର୍ଜାପୁର’ ଏବେ ବଡ଼ ପରଦାରେ ରିଲିଜ ହେବ। ଏହାକୁ ନେଇ ଆଜି ନିର୍ମାତାଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି। ’ ମିର୍ଜାପୁର’ ର ନିର୍ମାତା ଏକ୍ସେଲ ଏଣ୍ଟରଟେନମେଣ୍ଟ ‘ମିର୍ଜାପୁର-ଦ ଫିଲ୍ମ’ର ଘୋଷଣା କରିଛନ୍ତି। ଏକ ଭିଡିଓ ଜରିଆରେ ଫିଲ୍ମ ରିଲିଜର ତାରିଖ ଘୋଷଣା କରାଯିବା ସହ ଏକ ମଜାଦାର କାହାଣୀକୁ ଲୁଚା ଯାଇଛି, ଯାହା ପ୍ରଶଂସକଙ୍କ ଉତ୍ସୁକତାକୁ ଆହୁରି ବଢାଇ ଦେଇଛି।ଫିଲ୍ମର ଘୋଷଣା କାଲିନ ଭୈୟା(ପଙ୍କଜ ତ୍ରିପାଠୀ)ଙ୍କ ଅଭିନୟରୁ ଆରମ୍ଭ ହେଉଛି। ପଙ୍କଜ ତ୍ରିପାଠୀଙ୍କୁ ମିର୍ଜାପୁରର ଆଇକନିକ ଗାଦିରେ ବସିଥିବା ଦେଖିବାକୁ ମିଳିଛି। ପଙ୍କଜ କହୁଛନ୍ତି, ଗାଦିର ମହତ୍ଵ ଆପଣମାନେ ଜାଣିଥିବେ- ସମ୍ମାନ, ପାଓ୍ଵାର, କଣ୍ଟ୍ରୋଲ। ଆପଣମାନେ ମଧ୍ୟ ମିର୍ଜାପୁର ନିଜ ଗାଦିରେ ବସି କି ଦେଖିଛନ୍ତି। ମାତ୍ର ଏଥର ଗାଦିରୁ ଆପଣ ନ ଉଠିଲେ ରିସ୍କ ରହିଛି।ଏହା ପରେ ଗୁଡ୍ଡୁ ଭୈୟା ଚରିତ୍ରରେ ଅଭିନୟ କରୁଥିବା ଅଲୀ ଫଜଲଙ୍କ ଏଣ୍ଟ୍ରି ହେଉଛି। ସେ କହୁଛନ୍ତି, ରିସ୍କ ନେବା ମୋର ୟୁଏସପି। ଏବେ ସବୁ ଖେଳ ବଦଳି ଯାଇଛି। କାରଣ ମିର
ମୁମ୍ବାଇ: ଓଟିଟିର ସବୁଠୁ ଲୋକପ୍ରିୟ ଓ୍ଵେବସିରିଜ୍ ’ ମିର୍ଜାପୁର’ ଏବେ ବଡ଼ କମାଲ କରିବାକୁ ଯାଉଛି। ଏହି ସିରିଜ୍ କିଛି ଏମିତି କରିବାକୁ ଯାଉଛି ଯାହା ଭାରତୀୟ ସିନେମାରେ ବହୁତ କମ ଦେଖିବାକୁ ମିଳିଛି। ଓ୍ଵେବସିରିଜ୍ରେ ପ୍ରସାରିତ ହୋଇଥିବା ଏହି କାହାଣୀ ଏବେ ଫିଲ୍ମର ରୂପ ନେବାକୁ ଯାଉଛି। ଅର୍ଥାତ ’ ମିର୍ଜାପୁର’ ଏବେ ବଡ଼ ପରଦାରେ ରିଲିଜ ହେବ। ଏହାକୁ ନେଇ ଆଜି ନିର୍ମାତାଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି।
’ ମିର୍ଜାପୁର’ ର ନିର୍ମାତା ଏକ୍ସେଲ ଏଣ୍ଟରଟେନମେଣ୍ଟ ‘ମିର୍ଜାପୁର-ଦ ଫିଲ୍ମ’ର ଘୋଷଣା କରିଛନ୍ତି। ଏକ ଭିଡିଓ ଜରିଆରେ ଫିଲ୍ମ ରିଲିଜର ତାରିଖ ଘୋଷଣା କରାଯିବା ସହ ଏକ ମଜାଦାର କାହାଣୀକୁ ଲୁଚା ଯାଇଛି, ଯାହା ପ୍ରଶଂସକଙ୍କ ଉତ୍ସୁକତାକୁ ଆହୁରି ବଢାଇ ଦେଇଛି।
ଫିଲ୍ମର ଘୋଷଣା କାଲିନ ଭୈୟା(ପଙ୍କଜ ତ୍ରିପାଠୀ)ଙ୍କ ଅଭିନୟରୁ ଆରମ୍ଭ ହେଉଛି। ପଙ୍କଜ ତ୍ରିପାଠୀଙ୍କୁ ମିର୍ଜାପୁରର ଆଇକନିକ ଗାଦିରେ ବସିଥିବା ଦେଖିବାକୁ ମିଳିଛି। ପଙ୍କଜ କହୁଛନ୍ତି, ଗାଦିର ମହତ୍ଵ ଆପଣମାନେ ଜାଣିଥିବେ- ସମ୍ମାନ, ପାଓ୍ଵାର, କଣ୍ଟ୍ରୋଲ। ଆପଣମାନେ ମଧ୍ୟ ମିର୍ଜାପୁର ନିଜ ଗାଦିରେ ବସି କି ଦେଖିଛନ୍ତି। ମାତ୍ର ଏଥର ଗାଦିରୁ ଆପଣ ନ ଉଠିଲେ ରିସ୍କ ରହିଛି।
ଏହା ପରେ ଗୁଡ୍ଡୁ ଭୈୟା ଚରିତ୍ରରେ ଅଭିନୟ କରୁଥିବା ଅଲୀ ଫଜଲଙ୍କ ଏଣ୍ଟ୍ରି ହେଉଛି। ସେ କହୁଛନ୍ତି, ରିସ୍କ ନେବା ମୋର ୟୁଏସପି। ଏବେ ସବୁ ଖେଳ ବଦଳି ଯାଇଛି। କାରଣ ମିର୍ଜାପୁର ଆପଣଙ୍କ ନିକଟକୁ ଆସିବ ନାହିଁ। ଆପଣଙ୍କୁ ମିର୍ଜାପୁର ପାଖକୁ ଯିବାକୁ ପଡ଼ିବ।
HUGELY POPULAR SERIES 'MIRZAPUR' NOW ON THE *BIG SCREEN*... ANNOUNCEMENT VIDEO IS HERE... Encouraged by the stellar performance of #Mirzapur Season 3, Amazon MGM Studios and Excel Entertainment make a first-of-its-kind announcement.
Announce #MirzapurTheFilm for *theatrical… pic.twitter.com/LKcdRBTnpz— taran adarsh (@taran_adarsh) October 28, 2024
ଆନାଉସମେଣ୍ଟ ଭିଡିଓରେ ପୂରା ଶେଷରେ ଏଣ୍ଟ୍ରି ମାରୁଛନ୍ତି ସେହି ବ୍ୟକ୍ତି ଯିଏ ଓ୍ଵେବସିରିଜରେ ସବୁଠୁ ଲୋକପ୍ରିୟ ଥିଲେ। ସେ ଏକାକୀ ଆସୁ ନାହାନ୍ତି ନିଜର ସାଥୀ ସହ ଫେରୁଥିବା ଦେଖିବାକୁ ମିଳିଛି। ସେ ହେଉଛନ୍ତି ସଭିଙ୍କ ପ୍ରିୟ ମୁନ୍ନା ଭୈୟା(ଦିବ୍ୟନ୍ଦୁ ଶର୍ମା)। ସେ ଏକ ଥିଏଟରର ବାଲକୋନୀରେ ଏଣ୍ଟ୍ରି ମାରିବା ସହ କହୁଛନ୍ତି, ହିନ୍ଦୀ ଫିଲ୍ମର ହିରୋ ବେ ମୁଁ...ଆଉ ହିନ୍ଦୀ ଫିଲ୍ମକୁ ଥିଏଟରରେ ହିଁ ଦେଖାଯାଏ। କହିଥିଲି ନା ମୁଁ ଅମର ଅଟେ। ଏବେ ମିର୍ଜାପୁର ଗାଦିରେ ଏଠାରୁ ବସି ହିଁ ରାଜ କରାଯିବ। ସେହି ସମୟରେ ମୁନ୍ନାଙ୍କ ପଛରେ ଏଣ୍ଟ୍ରି ମାରୁଛନ୍ତି ତାଙ୍କ ସାଙ୍ଗ କମ୍ପାଉଡର, ଯାହାଙ୍କ ଚରିତ୍ରକୁ ପ୍ରଥମ ସିଜିନରେ ହିଁ ଶେଷ କରି ଦିଆଯାଇଥିଲା।
ମୁନ୍ନା ତ୍ରିପାଠୀଙ୍କ ଚରିତ୍ରକୁ ମିର୍ଜାପୁର-୨ର ଶେଷ ଆଡ଼କୁ ମାରି ଦିଆଯାଇଥିଲା। ଫଳରେ ତୃତୀୟ ସିଜିନରେ ପ୍ରଶଂସକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳି ନ ଥିଲା। ଶେଷରେ କାଲୀନ ଭୈୟା ଏହା କହୁଛନ୍ତି ଏବେ ଭୋକାଲ ମଧ୍ୟ ବଡ଼ ହେବ ଓ ପରଦା ବି। ଏହି ଫିଲ୍ମ ୨୦୨୬ରେ ପରଦାକୁ ଆସିବ।