ଅବଦୁଲ ରହୀମ ରାଥର ହେଲେ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ବାଚସ୍ପତି

ଶ୍ରୀନଗର ୪।୧୧: କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜମ୍ମୁ-କାଶ୍ମୀର ବିଧାନସଭାର ସୋମବାର ପ୍ରଥମ ବାଚସ୍ପଚି ନିର୍ବାଚନ ହୋଇଛି। ନ୍ୟାସନାଲ କନଫରେନ୍ସ (ଏନସି)ର ବରିଷ୍ଠ ନେତା ତଥା ଚରାର-ଏ-ଶରିଫରୁ ୭ ଥର ବିଧାୟକ ନିର୍ବାଚିତ ଅବଦୁଲ ରହୀମ ରାଥର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ ୮୦ ବର୍ଷ ବୟଷ୍କ ରାଥର ତାଙ୍କର ବ୍ୟାପକ ଅଭିଜ୍ଞତା କାରଣରୁ ଏହି ପଦବୀ ନିମନ୍ତେ ସ୍ୱଭାବିକ ପସନ୍ଦ। ଉମର ଅବଦୁଲ୍ଲା କହିଛନ୍ତି ଯେ ରାଥର ପୂର୍ବରୁ ବିଭିନ୍ନ ପଦପଦବୀରେ ରହି ସଦନର ଗାରିମା ବଢାଇଛନ୍ତି ଓ ଏବେ ସଦନର ସଂରକ୍ଷକ ରୂପେ ଆମେ ଆପଣଙ୍କଠାରୁ  ସବୁ ସଦସ୍ୟଙ୍କ ନିମନ୍ତେ ନ୍ୟାୟ ଆଶା କରୁଛୁ। ବିଧାନସଭା ବାଚସ୍ପତି ପଦବୀ ନିମନ୍ତେ ବିରୋଧୀ ଦଳ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ରାଥରଙ୍କୁ ଧ୍ୱନୀମତରେ ବାଚସ୍ପତି ନିର୍ବାଚିତ କରାଯାଇଛି। ପ୍ରୋଟେମ ସ୍ପିକର ମୁବାରକ ଗୁଲ ଗୃହରେ ବାଚସ୍ପତି ନିର୍ବାଚନ ସଞ୍ଚାଳନ କରିଥିଲେ।   କୃଷିମନ୍ତ୍ରୀ ଜାଭେଦ ଅହମ୍ମଦ ଡାର ପାଞ୍ଚ ଦିବସୀୟ ଅଧିବେଶନର ପ୍ରଥମ ଦିନ ରାଥରଙ୍କୁ ବାଚସ୍ପତି ପଦବୀ ନିମନ୍ତେ ନାମିତ କରିଥିଲେ।  ଏହି ପ୍ରସ୍ତାବକୁ ଏନସିର ରାମବନ ବିଧାୟକ ଅର୍ଜୁନ ସିଂହ ରାଜୁ ସମର୍ଥନ କରିଥିଲେ।  ଏହା ପରେ ସଦନର ନେତା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ବିରୋଧୀ ଦଳ ନେତା ସୁନିଲ ଶର୍ମା ରାଥରଙ୍କୁ ବା

ଅବଦୁଲ ରହୀମ ରାଥର ହେଲେ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ବାଚସ୍ପତି

ଶ୍ରୀନଗର ୪।୧୧: କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜମ୍ମୁ-କାଶ୍ମୀର ବିଧାନସଭାର ସୋମବାର ପ୍ରଥମ ବାଚସ୍ପଚି ନିର୍ବାଚନ ହୋଇଛି। ନ୍ୟାସନାଲ କନଫରେନ୍ସ (ଏନସି)ର ବରିଷ୍ଠ ନେତା ତଥା ଚରାର-ଏ-ଶରିଫରୁ ୭ ଥର ବିଧାୟକ ନିର୍ବାଚିତ ଅବଦୁଲ ରହୀମ ରାଥର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ ୮୦ ବର୍ଷ ବୟଷ୍କ ରାଥର ତାଙ୍କର ବ୍ୟାପକ ଅଭିଜ୍ଞତା କାରଣରୁ ଏହି ପଦବୀ ନିମନ୍ତେ ସ୍ୱଭାବିକ ପସନ୍ଦ। 

ଉମର ଅବଦୁଲ୍ଲା କହିଛନ୍ତି ଯେ ରାଥର ପୂର୍ବରୁ ବିଭିନ୍ନ ପଦପଦବୀରେ ରହି ସଦନର ଗାରିମା ବଢାଇଛନ୍ତି ଓ ଏବେ ସଦନର ସଂରକ୍ଷକ ରୂପେ ଆମେ ଆପଣଙ୍କଠାରୁ  ସବୁ ସଦସ୍ୟଙ୍କ ନିମନ୍ତେ ନ୍ୟାୟ ଆଶା କରୁଛୁ। ବିଧାନସଭା ବାଚସ୍ପତି ପଦବୀ ନିମନ୍ତେ ବିରୋଧୀ ଦଳ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ରାଥରଙ୍କୁ ଧ୍ୱନୀମତରେ ବାଚସ୍ପତି ନିର୍ବାଚିତ କରାଯାଇଛି। ପ୍ରୋଟେମ ସ୍ପିକର ମୁବାରକ ଗୁଲ ଗୃହରେ ବାଚସ୍ପତି ନିର୍ବାଚନ ସଞ୍ଚାଳନ କରିଥିଲେ।   

କୃଷିମନ୍ତ୍ରୀ ଜାଭେଦ ଅହମ୍ମଦ ଡାର ପାଞ୍ଚ ଦିବସୀୟ ଅଧିବେଶନର ପ୍ରଥମ ଦିନ ରାଥରଙ୍କୁ ବାଚସ୍ପତି ପଦବୀ ନିମନ୍ତେ ନାମିତ କରିଥିଲେ।  ଏହି ପ୍ରସ୍ତାବକୁ ଏନସିର ରାମବନ ବିଧାୟକ ଅର୍ଜୁନ ସିଂହ ରାଜୁ ସମର୍ଥନ କରିଥିଲେ।  ଏହା ପରେ ସଦନର ନେତା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ବିରୋଧୀ ଦଳ ନେତା ସୁନିଲ ଶର୍ମା ରାଥରଙ୍କୁ ବାଚସ୍ପତିଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାଥର ଏହା ପୂର୍ବରୁ ମଧ୍ୟ ପୁରୁଣା ଜମ୍ମୁ-କାଶ୍ମୀର ରାଜ୍ୟ ବିଧାନସଭାରେ ବାଚସ୍ପତି ଥିଲେ। 

ରାଥର ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟରେ ବିରୋଧୀ ଦଳ ନେତା ଥିଲେ। ସଦନ ୬ ବର୍ଷରୁ ଅଧିକ କାଳ  ବନ୍ଦ ରହିବା  ପରେ ସୋମବାର ବୈଠକ ଆରମ୍ଭ ହୋଇଛି। ବିଧାନସଭାର ଶେଷ ଅଧିବେଶନ ଜମ୍ମୁ-କାଶ୍ମୀରକୁ ୨ କେନ୍ଦ୍ର ଶାସିତ ପ୍ରଦେଶରେ ବଣ୍ଟାଯିବାର ଏକ ବର୍ଷ ପୂର୍ବରୁ ୨୦୧୮ ପ୍ରାରମ୍ଭରେ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ତାଙ୍କ ସମ୍ବୋଧନରେ ପୁରା ସଦନ ଓ ରାଥରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୃହରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ସୁନିଲ ଶର୍ମା ମଧ୍ୟ ରାଥରଙ୍କୁ ବାଚସ୍ପତି ରୂପେ ଶୁଭେଚ୍ଛା ଜଣାଇଛନ୍ତି।