ଲୋକସଭା ନିର୍ବାଚନର ଡାଟା ଜାରି କଲେ EC, ମତଦାନରେ ଭାରତୀୟ ଭୋଟରଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ ୨୬।୧୨: ନିର୍ବାଚନ ଆୟୋଗ (ଇସି) ଦେଶରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମ୍ପର୍କିତ ଏକ ଡାଟା ସେଟ୍ ଜାରି କରିଛନ୍ତି। ଆୟୋଗଙ୍କ ଦ୍ୱାରା ଜାରି ଏହି ତଥ୍ୟରୁ ଦେଶରେ ନିର୍ବାଚନରେ ଭୋଟର ବେଶ୍ ଉତ୍ସାହର ସହ ଭାଗ ନେଉଥିବାର ଜଣାପଡିଛି। ଚଳିତବର୍ଷ ହୋଇଥିବା ନିର୍ବାଚନରେ ଦେଶର ୬୪.୬୪ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହା ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଇଛି। ମତଦାନରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଢେର ଅଧିକ ଦେଖାଯାଇଛି। ନିର୍ବାଚନ ଆୟୋଗ ଗୁରୁବାର ଲୋକସଭା ନିର୍ବାଚନ ସମ୍ପର୍କିତ ୪୨ ଓ ଏହା ସହିତ ହୋଇଥିବା ୪ ରାଜ୍ୟଙ୍କ ବିଧାନସଭା ନିର୍ବାଚନ (ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ସିକ୍କିମ) ର ୧୪ଟି ଲେଖାଏଁ ରିପୋର୍ଟ ଜାରି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଏହି ରିପୋର୍ଟ ବିଶ୍ୱର ଶିକ୍ଷାବିଦ୍, ଗବେଷକ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିମନ୍ତେ ବେଶ୍ ସହାୟକ ହୋଇପାରେ। ଏହି ରିପୋର୍ଟରେ ସେୟାର କରାଯାଇଥିବା ସୂଚନାରେ ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନରେ ୬୪.୬୪ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହା ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନଠାରୁ ଅଧିକ ଥିଲା ଓ ଏହା ସହିତ ଦେଶବାସୀ ମତଦାନରେ ବିଶ୍ୱ ରେକର୍ଡ କାୟମ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ୨୦୨୪ରେ ହୋଇଥିବା ଭୋଟରେ ୧୨,୪୫୯ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା।
ନୂଆଦିଲ୍ଲୀ ୨୬।୧୨: ନିର୍ବାଚନ ଆୟୋଗ (ଇସି) ଦେଶରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମ୍ପର୍କିତ ଏକ ଡାଟା ସେଟ୍ ଜାରି କରିଛନ୍ତି। ଆୟୋଗଙ୍କ ଦ୍ୱାରା ଜାରି ଏହି ତଥ୍ୟରୁ ଦେଶରେ ନିର୍ବାଚନରେ ଭୋଟର ବେଶ୍ ଉତ୍ସାହର ସହ ଭାଗ ନେଉଥିବାର ଜଣାପଡିଛି। ଚଳିତବର୍ଷ ହୋଇଥିବା ନିର୍ବାଚନରେ ଦେଶର ୬୪.୬୪ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହା ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଇଛି। ମତଦାନରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଢେର ଅଧିକ ଦେଖାଯାଇଛି।
ନିର୍ବାଚନ ଆୟୋଗ ଗୁରୁବାର ଲୋକସଭା ନିର୍ବାଚନ ସମ୍ପର୍କିତ ୪୨ ଓ ଏହା ସହିତ ହୋଇଥିବା ୪ ରାଜ୍ୟଙ୍କ ବିଧାନସଭା ନିର୍ବାଚନ (ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ସିକ୍କିମ) ର ୧୪ଟି ଲେଖାଏଁ ରିପୋର୍ଟ ଜାରି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଏହି ରିପୋର୍ଟ ବିଶ୍ୱର ଶିକ୍ଷାବିଦ୍, ଗବେଷକ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିମନ୍ତେ ବେଶ୍ ସହାୟକ ହୋଇପାରେ। ଏହି ରିପୋର୍ଟରେ ସେୟାର କରାଯାଇଥିବା ସୂଚନାରେ ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନରେ ୬୪.୬୪ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହା ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନଠାରୁ ଅଧିକ ଥିଲା ଓ ଏହା ସହିତ ଦେଶବାସୀ ମତଦାନରେ ବିଶ୍ୱ ରେକର୍ଡ କାୟମ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ୨୦୨୪ରେ ହୋଇଥିବା ଭୋଟରେ ୧୨,୪୫୯ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ୨୦୧୯ରେ ଏହି ସଂଖ୍ୟା ୧୧,୬୯୨ ଥିଲା। ଇସିଙ୍କ ରିପୋର୍ଟ ଅନୁସାରେ ଦେଶରେ ହେଉଥିବା ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଲୋକସଭା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ରିପୋର୍ଟ ଅନୁସାରେ ଲୋକସଭା ନିର୍ବାଚନରେ ୬୫.୭୮ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି। ସେହି ଅନୁସାରେ ୬୫.୫୫ ପ୍ରତିଶତ ପୁରୁଷ ମତଦାନ କରିଛନ୍ତି। କେବଳ ଭୋଟରେ ନୁହେଁ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି। ୨୦୧୯ ନିର୍ବାଚନରେ ୭୨୬ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୮୦୦କୁ ପହଞ୍ଚିଛି।
ମତଦାନ ନିମନ୍ତେ ୨୦୨୪ରେ ମୋଟ ୯୭.୯୭ କୋଟି ମତଦାତା ସେମାନଙ୍କ ପଞ୍ଜିକରଣ କରାଇଥିଲେ। ୨୦୧୯ରେ ଏହି ସଂଖ୍ୟା ୯୧.୧୯ କୋଟି ଥିଲା। ଇସିଙ୍କ ଅନୁସାରେ ମତଦାତା ହାରରେ ୭.୪୩ ପ୍ରତିଶତ ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟାରେ ୪୬.୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ରେ ଦେଶରେ ଏପରି ମତଦାତାଙ୍କ ସଂଖ୍ୟା ୬୧,୬୭,୪୮୨ ଥିଲା ଯାହା ୨୦୨୪ରେ ୯୦,୨୮,୬୯୬ ହୋଇଛି।