‘ବ୍ୟବସ୍ଥା ଆଗରେ ହାରି ଯାଇଥିଲେ ଭିନେଶ’
ପ୍ୟାରିସ୍,୭ା୮(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ସେମି ଫାଇନାଲରେ ପହଞ୍ଚିବା ପରେ ଭିନେଶ ଫୋଗଟଙ୍କୁ ନେଇ ଟୁଇଟ୍ କରିଛନ୍ତି ବଜରଙ୍ଗ ପୁନିଆ। ୨୯ ବର୍ଷୀୟ ଭିନେଶ ବିଶ୍ୱରେ ନିଜ ବିଜୟର ଧ୍ୱଜା ଉଡାଇଛନ୍ତି ସତ ମାତ୍ର ଦେଶର ବ୍ୟବସ୍ଥା ତାଙ୍କୁ ହରାଇ ଦେଇଛି ବୋଲି ବଜରଙ୍ଗ ଏକ୍ସରେ ଲେଖିଛନ୍ତି। କ୍ରମାଗତ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିବା ପରେ ଭାରତର ଗର୍ବ ଭିନେଶଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରିଥିଲେ ବଜରଙ୍ଗ। ୪ […] The post ‘ବ୍ୟବସ୍ଥା ଆଗରେ ହାରି ଯାଇଥିଲେ ଭିନେଶ’ appeared first on Dharitri Odia News.
ପ୍ୟାରିସ୍,୭ା୮(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ସେମି ଫାଇନାଲରେ ପହଞ୍ଚିବା ପରେ ଭିନେଶ ଫୋଗଟଙ୍କୁ ନେଇ ଟୁଇଟ୍ କରିଛନ୍ତି ବଜରଙ୍ଗ ପୁନିଆ। ୨୯ ବର୍ଷୀୟ ଭିନେଶ ବିଶ୍ୱରେ ନିଜ ବିଜୟର ଧ୍ୱଜା ଉଡାଇଛନ୍ତି ସତ ମାତ୍ର ଦେଶର ବ୍ୟବସ୍ଥା ତାଙ୍କୁ ହରାଇ ଦେଇଛି ବୋଲି ବଜରଙ୍ଗ ଏକ୍ସରେ ଲେଖିଛନ୍ତି। କ୍ରମାଗତ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିବା ପରେ ଭାରତର ଗର୍ବ ଭିନେଶଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରିଥିଲେ ବଜରଙ୍ଗ। ୪ ଥର ବିଶ୍ୱ ଚାମ୍ପିୟନ ତଥା ବର୍ତ୍ତମାନର ଅଲିମ୍ପିକ୍ସ ଚାମ୍ପିୟନ ୟୁଇ ସୁସାକି ଓ ୟୁକ୍ରେନ୍ର ଓକସାନା ଲିଭାଚ୍ଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ ଭିନେଶ।
ସିଂହୀ ପରି ଲଢେଇ କରିଥିବା ଭିନେଶ ପ୍ୟାରିସ୍ ବକ୍ଷରେ ବିଜୟର କାହାଣୀ ଲେଖିଛନ୍ତି। ମାତ୍ର ଏହି ଝିଅକୁ କିଛି ମାସ ତଳେ ନିଜ ଦେଶରେ ମାଡ ମରାଯାଇ ଅପମାନିତ କରାଯାଇଥିଲା। ରାଜରାସ୍ତାରେ ଘୋଷାଡି ଘୋଷାଡି ନିଆଯାଇଥିଲା। ସମଗ୍ର ବିଶ୍ୱ ବିପକ୍ଷରେ ବିଜୟ ହାସଲ କରୁଥିବା ଏହି ଝିଅଟି ନିଜ ଦେଶର ବ୍ୟବସ୍ଥା ଆଗରେ ହାରି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେସ୍ଲିଂ ମହାସଂଘ(ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଯୌନଶୋଷଣ ଅଭିଯୋଗ ଆଣି ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଦୀର୍ଘଦିନ ଧରି ଧାରଣାରେ ବସିଥିଲେ।
The post ‘ବ୍ୟବସ୍ଥା ଆଗରେ ହାରି ଯାଇଥିଲେ ଭିନେଶ’ appeared first on Dharitri Odia News.