ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ୧୭ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ମଙ୍ଗଳବାର କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲାରେ ଘନକୁହୁଡ଼ିର ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଝାରସୁଗୁଡ଼ା, କେନ୍ଦୁଝର, […] The post ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ appeared first on Dharitri Odia News.

ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ୧୭ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

ମାତ୍ର ମଙ୍ଗଳବାର କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲାରେ ଘନକୁହୁଡ଼ିର ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦର କଟକ ଓ ଖୋର୍ଦ୍ଧା ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିପାରେ ବୋଲି ସୂଚନା ଦିଆଯାଇଛି।

The post ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ appeared first on Dharitri Odia News.