ନାବାଳିକାଙ୍କୁ ବଳାତ୍କାର କରି ଅଭିଯୁକ୍ତ ଗିରଫ

ସାକ୍ଷୀଗୋପାଳ,୨୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ଥାନା ଆଳିଶ ଗ୍ରାମରେ ଜନୈକା ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସେହି ଗ୍ରାମର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ମାନସ ନାଥଙ୍କ ୯ ବର୍ଷର ଝିଅ ଓ ୩ ବର୍ଷର ପୁଅ ନିଜ ଘର ପଛପଟେ ଗତ ୨୬ ତାରିଖରେ ଖେଳୁଥିବା ସମୟରେ ସେହିଗ୍ରାମର ଦୈତାରୀ ମଲ୍ଲିକଙ୍କ ପୁଅ ଦାମ ଓରଫ ଦାଶରଥି ସେହି ଝିଅକୁ […] The post ନାବାଳିକାଙ୍କୁ ବଳାତ୍କାର କରି ଅଭିଯୁକ୍ତ ଗିରଫ appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର କରି ଅଭିଯୁକ୍ତ ଗିରଫ

ସାକ୍ଷୀଗୋପାଳ,୨୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ଥାନା ଆଳିଶ ଗ୍ରାମରେ ଜନୈକା ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସେହି ଗ୍ରାମର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ମାନସ ନାଥଙ୍କ ୯ ବର୍ଷର ଝିଅ ଓ ୩ ବର୍ଷର ପୁଅ ନିଜ ଘର ପଛପଟେ ଗତ ୨୬ ତାରିଖରେ ଖେଳୁଥିବା ସମୟରେ ସେହିଗ୍ରାମର ଦୈତାରୀ ମଲ୍ଲିକଙ୍କ ପୁଅ ଦାମ ଓରଫ ଦାଶରଥି ସେହି ଝିଅକୁ ଚକୋଲେଟ ଦେଇ ପୋଖରୀ ହୁଡ଼ାକୁ ଡାକି ନେଇ ସେଠାରେ ବଳାତ୍କାର କରିଥିଲେ। ନିଜ ଝିଅକୁ ଖୋଜି ଖୋଜି ତା’ର ମା’ ନ ପାଇବାରୁ ପୋଖରୀ କୂଳରେ ପହଞ୍ଚିଥିଲେ। ସେଠାରେ ଝିଅ କାନ୍ଦୁଥିବାର ଦେଖି ତାକୁ ଘରକୁ ଆଣି ପଚାରିବାରେ ସେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ କହିଥିଲେ। ପୀଡ଼ିତାଙ୍କ ମା’ ସୀତା ନାଥ ଏ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରି ସତ୍ୟବାଦୀ ଥାନାରେ କେସ୍‌ ନମ୍ବର ୨୧୭/୨୪ ରେ ଏକ ମାମଲା ରୁଜୁ କରିଥିବା ଆଇଆଇସି ଉମେଶ କୁମାର ସାହୁ କହିଛନ୍ତି।

The post ନାବାଳିକାଙ୍କୁ ବଳାତ୍କାର କରି ଅଭିଯୁକ୍ତ ଗିରଫ appeared first on Dharitri Odia News.