ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ,ଇଣ୍ଡିଆ ମେଣ୍ଟରେ ସାମିଲ୍‌ ହେବେ କି ଜଗନମୋହନ! ଜନ୍ତରମନ୍ତରରେ ଭେଟିଲେ…

ନୂଆଦିଲ୍ଲୀ,୨୪।୭: ବଜେଟ ଏବଂ କୃଷକ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାର ଉପରେ ତୁହାକୁ ତୁହା ଆକ୍ରମଣ କରିଛନ୍ତି। ଏହି ସମୟରେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ହସି ହସି କଥା ହେଉଥିବାର ଦେଖିବାକୁ ମିଳିଛି। ଉଭୟଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜଗନ ମୋହନ […] The post ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ,ଇଣ୍ଡିଆ ମେଣ୍ଟରେ ସାମିଲ୍‌ ହେବେ କି ଜଗନମୋହନ! ଜନ୍ତରମନ୍ତରରେ ଭେଟିଲେ… appeared first on Dharitri Odia News.

ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ,ଇଣ୍ଡିଆ ମେଣ୍ଟରେ ସାମିଲ୍‌ ହେବେ କି ଜଗନମୋହନ! ଜନ୍ତରମନ୍ତରରେ ଭେଟିଲେ…

ନୂଆଦିଲ୍ଲୀ,୨୪।୭: ବଜେଟ ଏବଂ କୃଷକ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାର ଉପରେ ତୁହାକୁ ତୁହା ଆକ୍ରମଣ କରିଛନ୍ତି। ଏହି ସମୟରେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ହସି ହସି କଥା ହେଉଥିବାର ଦେଖିବାକୁ ମିଳିଛି। ଉଭୟଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ନାଇଡୁ ସରକାରଙ୍କ ବିରୋଧରେ ଏକ ଦିନିଆ ଧାରଣାରେ ବସିଛନ୍ତି। ଏହାକୁ ଅଖିଳେଶ ଯାଦବ ସମର୍ଥନ କରିବା ସହ ଧାରଣାସ୍ଥଳ ଜନ୍ତରମନ୍ତରରେ ଆସି ପହଞ୍ଚିଛନ୍ତି। ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶରେ ନୂଆ ସରକାର ଗଠନ ହେବାର ୪୫ ଦିନ ମଧ୍ୟରେ ୩୦ ଜଣଙ୍କୁ ହତ୍ୟା କରାଯିବା ସହ ଅନେକ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ତେଲୁଗୁ ଦେଶମ ପାର୍ଟି କ୍ଷମତାକୁ ଆସିବା ମାତ୍ରେ ସମଗ୍ର ରାଜ୍ୟର ଅବସ୍ଥା ଖରାପ ହୋଇଯାଇଛି। ଆମେ ସରକାର ଥିବାବେଳେ ବେସରକାରୀ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଆମେ କେବେ ଉତ୍ସାହିତ କରିନାହୁଁ। କିମ୍ବା ଏପରି ହତ୍ୟା ଭଳି ଘଟଣାକୁ କେବେ ପ୍ରୋତ୍ସାହନ ଦେଇନାହିଁ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ଆମେ କାହିଁକି ଏହା ଉପରେ ପ୍ରଶ୍ନ ଉଠାଇନାହୁଁ।

The post ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ,ଇଣ୍ଡିଆ ମେଣ୍ଟରେ ସାମିଲ୍‌ ହେବେ କି ଜଗନମୋହନ! ଜନ୍ତରମନ୍ତରରେ ଭେଟିଲେ… appeared first on Dharitri Odia News.