ପୁରୀ-କଟକରେ ଭାଙ୍ଗିଲା ଶହେ ବର୍ଷର ରେକର୍ଡ, ସମଗ୍ର ରାଜ୍ୟରେ ଖରା ଦିନରେ ପ୍ରବଳ ଶୀତ
ଭୁବନେଶ୍ୱର,୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ସମଗ୍ର ଓଡ଼ିଶାରେ କୋହଲା ପାଗ ଲାଗି ରହିଛି। ବୁଧବାର ପୁରୀ, କଟକ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ଦିନର ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଆଞ୍ଚଳିକ କେନ୍ଦ୍ର ସୂଚନା ଦେଇଛି। ଆଇଏମଡି ଅନୁଯାୟୀ, ମାର୍ଚ୍ଚ ୧୯୫୨ ରୁ ଭୁବନେଶ୍ୱର ସର୍ବନିମ୍ନ ଦିନର ସର୍ବାଧିକ ତାପମାତ୍ରାର […] The post ପୁରୀ-କଟକରେ ଭାଙ୍ଗିଲା ଶହେ ବର୍ଷର ରେକର୍ଡ, ସମଗ୍ର ରାଜ୍ୟରେ ଖରା ଦିନରେ ପ୍ରବଳ ଶୀତ appeared first on Dharitri Odia News.
ଭୁବନେଶ୍ୱର,୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ସମଗ୍ର ଓଡ଼ିଶାରେ କୋହଲା ପାଗ ଲାଗି ରହିଛି। ବୁଧବାର ପୁରୀ, କଟକ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ଦିନର ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଆଞ୍ଚଳିକ କେନ୍ଦ୍ର ସୂଚନା ଦେଇଛି।
ଆଇଏମଡି ଅନୁଯାୟୀ, ମାର୍ଚ୍ଚ ୧୯୫୨ ରୁ ଭୁବନେଶ୍ୱର ସର୍ବନିମ୍ନ ଦିନର ସର୍ବାଧିକ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ପୂର୍ବ ସର୍ବନିମ୍ନ ୨୪.୩ ଡିଗ୍ରୀ ସେଲସିୟସ ମାର୍ଚ୍ଚ ୮, ୧୯୭୦ ରେ ରେକର୍ଡ କରାଯାଇଥିଲା ଏବଂ ବୁଧବାର ରାଜ୍ୟ ରାଜଧାନୀ ସହରର ତାପମାତ୍ରା ୧୯.୨ ଡିଗ୍ରୀ ରେକର୍ଡ କରିଛି। ।
ସେହିଭଳି, ପୁରୀରେ ତାପମାତ୍ରା ୧୨୭ ବର୍ଷର ରେକର୍ଡ ଭାଙ୍ଗିଛ। ପୂର୍ବରୁ ୧୮୯୬ ମସିହାରେ ତାପମାତ୍ରା ୨୪.୬ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିଲା ବେଳେ ବୁଧବାର ୨୦.୦ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା। କଟକ ୧୯୦୨ ମସିହାରୁ ମାର୍ଚ୍ଚ ମାସରେ ସର୍ବନିମ୍ନ ଦିନର ସର୍ବାଧିକ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ବୁଧବାର ଏହା ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଥିବାବେଳେ ପୂର୍ବ ସର୍ବନିମ୍ନ ୨୩.୬ ଡିଗ୍ରୀ ମାର୍ଚ୍ଚ ୮, ୨୦୭୦ ରେ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସର୍ବଶେଷ ବୁଲେଟିନ୍ରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ରାଜ୍ୟର ୧୨ ଟି ସ୍ଥାନରେ ସର୍ବାଧିକ ଦିନର ତାପମାତ୍ରା ୨୨ ଡ଼ିଗ୍ରୀ ସେଲ୍ସିୟସ କିମ୍ବା କମ୍ ରେକର୍ଡ ହୋଇଛି।
— Meteorological Centre, Bhubaneswar (@mcbbsr) March 20, 2024
The post ପୁରୀ-କଟକରେ ଭାଙ୍ଗିଲା ଶହେ ବର୍ଷର ରେକର୍ଡ, ସମଗ୍ର ରାଜ୍ୟରେ ଖରା ଦିନରେ ପ୍ରବଳ ଶୀତ appeared first on Dharitri Odia News.