ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା
ଚାନ୍ଦବାଲି,୧୧।୭ (କିଷାନ ପାତ୍ର): ବିଲ ଭଳି କାଦୁଅ ପଚ ପଚ ହୋଇଛି ଗାଁ ରାସ୍ତା। ବର୍ଷାଋତୁରେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା, ଚାଲି ଚାଲି ଯିବା କଷ୍ଟକର। ଆଣ୍ଠୁଏ କାଦୁଅରେ ଯାତାୟାତ ପାଇଁ ଗାଁ ଲୋକେ ହଇରାଣ ହେଉଛନ୍ତି। ଗାଁକୁ ଭଲ ରାସ୍ତା ନ ଥିବାରୁ ଏକ ବାହାଘରରେ ବରଙ୍କୁ କାନ୍ଧରେ ବୋହି ନେବାକୁ ପଡ଼ିଛି। ବିବାହ ସରିବା ପରେ ଉଭୟ ବରକନ୍ୟା ମଧ୍ୟ ସେହି କାଦୁଅ ରାସ୍ତାରେ ୨ କି.ମି. ଚାଲିଛନ୍ତି। ଭଦ୍ରକ […] The post ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା appeared first on Dharitri Odia News.
ଚାନ୍ଦବାଲି,୧୧।୭ (କିଷାନ ପାତ୍ର): ବିଲ ଭଳି କାଦୁଅ ପଚ ପଚ ହୋଇଛି ଗାଁ ରାସ୍ତା। ବର୍ଷାଋତୁରେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା, ଚାଲି ଚାଲି ଯିବା କଷ୍ଟକର। ଆଣ୍ଠୁଏ କାଦୁଅରେ ଯାତାୟାତ ପାଇଁ ଗାଁ ଲୋକେ ହଇରାଣ ହେଉଛନ୍ତି। ଗାଁକୁ ଭଲ ରାସ୍ତା ନ ଥିବାରୁ ଏକ ବାହାଘରରେ ବରଙ୍କୁ କାନ୍ଧରେ ବୋହି ନେବାକୁ ପଡ଼ିଛି। ବିବାହ ସରିବା ପରେ ଉଭୟ ବରକନ୍ୟା ମଧ୍ୟ ସେହି କାଦୁଅ ରାସ୍ତାରେ ୨ କି.ମି. ଚାଲିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚରଦିଆ ପଞ୍ଚାୟତର ଧୃବପଲ୍ଲୀପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାଟି ଗତ ସୋମବାରର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନା ଅନୁଯାୟୀ, ଏହି ଗ୍ରାମର ଶତ୍ରୁଘ୍ନ ମଣ୍ଡଳ ନାମକ ଜଣେ ଯୁବକ ବାହା ହେବା ପାଇଁ ଚାନ୍ଦବାଲିସ୍ଥିତ ଶ୍ରୀକୃଷ୍ଣ ମନ୍ଦିରକୁ ଆସିଥିଲେ। ହେଲେ ରାସ୍ତା କାଦୁଅ ଓ ଅଣଓସାରିଆ ଥିବାରୁ ଗାଁକୁ ଗାଡ଼ି ଆସିପାରି ନ ଥିଲା। ବାଧ୍ୟହୋଇ ବରଯାତ୍ରୀଙ୍କ କାନ୍ଧରେ ବର ବସି ଯିବାକୁ ପଡ଼ିଥିଲା। ପୁଣି ବାହାଘର ପରେ ସେହି କାଦୁଅ ରାସ୍ତାରେ କନିଆଙ୍କୁ ଧରି ବରଯାତ୍ରୀଙ୍କ ସହ ୨ କିଲୋମିଟର ଚାଲି ଚାଲି ଘରକୁ ଫେରିଥିଲେ। ଗାଁକୁ ଭଲ ରାସ୍ତା ନ ଥିବାରୁ ଏଭଳି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ସରକାରୀ ଜାଗା ନ ଥିବାରୁ ଏହି ଗାଁକୁ ରାସ୍ତା ହୋଇପାରୁନାହିଁ ବୋଲି ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ କହିଛନ୍ତି।
The post ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା appeared first on Dharitri Odia News.