ଯାତ୍ରୀବାହୀ ଅଟୋକୁ ପିଟିଲା ଓମ୍ଫେଡ୍ ଟ୍ରକ
ଭୁବନେଶ୍ବର,୨୫।୧୧: ଭୁବନେଶ୍ବର ଓମ୍ଫେଡ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଓମ୍ଫେଡ୍ ଗାଡ଼ି ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ, ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ପୋଲିସ ଏକ […] The post ଯାତ୍ରୀବାହୀ ଅଟୋକୁ ପିଟିଲା ଓମ୍ଫେଡ୍ ଟ୍ରକ appeared first on Dharitri Odia News.
ଭୁବନେଶ୍ବର,୨୫।୧୧: ଭୁବନେଶ୍ବର ଓମ୍ଫେଡ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଓମ୍ଫେଡ୍ ଗାଡ଼ି ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ, ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post ଯାତ୍ରୀବାହୀ ଅଟୋକୁ ପିଟିଲା ଓମ୍ଫେଡ୍ ଟ୍ରକ appeared first on Dharitri Odia News.