ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ
ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି ପରିବାରର ୧୧ ଜଣ ରୋଗାକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ମଧ୍ୟରୁ ଏକ ପରିବାରର ୬ ଜଣ ଟିକିରି ଓଷାପଡ଼ା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେମାନେ ହେଲେ ରେଙ୍ଗୁ ନାଏକ, କୁମାରୀ ନାଏକ, ଅଞ୍ଜନା ନାଏକ, ଧନମଣି ନାଏକ, ଲାକେବତୀ ନାଏକ ଓ ଦୁର୍ଯ୍ୟୋଧନ ନାଏକ। […] The post ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ appeared first on Dharitri Odia News.
ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି ପରିବାରର ୧୧ ଜଣ ରୋଗାକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ମଧ୍ୟରୁ ଏକ ପରିବାରର ୬ ଜଣ ଟିକିରି ଓଷାପଡ଼ା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେମାନେ ହେଲେ ରେଙ୍ଗୁ ନାଏକ, କୁମାରୀ ନାଏକ, ଅଞ୍ଜନା ନାଏକ, ଧନମଣି ନାଏକ, ଲାକେବତୀ ନାଏକ ଓ ଦୁର୍ଯ୍ୟୋଧନ ନାଏକ। ସେହିଭଳି ଅନ୍ୟ ଦୁଇ ପରିବାରର ୫ ଜଣ ଓଷାପଡ଼ା ମେଡିକାଲରେ ଚିକିତ୍ସିତ ହୋଇଥିଲେ ହେଁ ଅବସ୍ଥାରେ ସୁଧାର ଆସି ନ ଥିବାରୁ ଶନିବାର ରାତିରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଦାମୁ ଝୋଡ଼ିଆ, ଚମ୍ପା ଝୋଡ଼ିଆ ଓ ତାଙ୍କ ୮ ବର୍ଷର ପୁଅ ପ୍ରଦୀପ ଝୋଡ଼ିଆ। ଅନ୍ୟ ଏକ ପରିବାରର ଧନୁ ଗୌଡ଼ ଓ ପତ୍ନୀ କବିଲା ଗୌଡ଼। ସମସ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ଗାଁର ତିନି ଜଣ ମହିଳା ଶନିବାର ସକାଳେ ନିକଟସ୍ଥ ଜଙ୍ଗଲକୁ ଯାଇ ଛତୁ ଗୋଟାଇ ଆଣିଥିଲେ। ଏହାପରେ ସମସ୍ତେ ଛତୁ ରୋଷେଇ କରି ଖାଇଥିଲେ। ତେବେ ସନ୍ଧ୍ୟାରେ ସମସ୍ତଙ୍କୁ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା ଏବଂ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଦାମୁ କହିଛନ୍ତି ଯେ, ଏହି ଛତୁ ପୂର୍ବରୁ ବହୁତ୍ ଥର ଖାଇଛନ୍ତି ହେଲେ କେବେ କିଛି ହୋଇନାହିଁ। ତେବେ ଜଙ୍ଗଲି ଛତୁ ନଖାଇବା ପାଇଁ ଗ୍ରାମାଞ୍ଚଳରେ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହିଭଳି ଅବସ୍ଥା ଭୋଗ କରୁଛନ୍ତି।
The post ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ appeared first on Dharitri Odia News.