ଖୋଲିଲା ଇକୋ ରିଟ୍ରିଟ୍, ଛୁଟିଲା ପର୍ଯ୍ୟଟକଙ୍କ ସୁଅ
ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍ ରବିବାର ଖୋଲିଛି। ଇକୋ ରିଟ୍ରିଟ୍ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପଜିଲାପାଳ ଡଃ ରୀନା ପ୍ରଧାନ, ଫୁଲବାଣୀ ଉପଜିଲାପାଳ ଚିତ୍ତରଞ୍ଜନ ମହନ୍ତ, ଜିଲାପରିଷଦ ମୁଖ୍ୟ […] The post ଖୋଲିଲା ଇକୋ ରିଟ୍ରିଟ୍, ଛୁଟିଲା ପର୍ଯ୍ୟଟକଙ୍କ ସୁଅ appeared first on Dharitri Odia News.
ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍ ରବିବାର ଖୋଲିଛି। ଇକୋ ରିଟ୍ରିଟ୍ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପଜିଲାପାଳ ଡଃ ରୀନା ପ୍ରଧାନ, ଫୁଲବାଣୀ ଉପଜିଲାପାଳ ଚିତ୍ତରଞ୍ଜନ ମହନ୍ତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ତହସିଲଦାର ଶରତ ଶବର, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଦାରିଙ୍ଗବାଡ଼ି ଆଇଆଇସି ଅଶୋକ କୁମାର ହାଁସଦାଙ୍କ ସମେତ ସନ୍ତୋଷ ସାହୁ, ଅରୁଣ ପ୍ରଧାନ, ପିଟର ଦିଗାଲ, ହରେନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ବାଲିଗୁଡ଼ା ଉପଜିଲାପାଳ ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରର ରୂପରେଖ ବଦଳୁଛି। ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ରୂପାନ୍ତର କରାଯିବା ସହ ସୌନ୍ଦର୍ଯ୍ୟ କରାଯିବ। ଏଥିସହ ପର୍ଯ୍ୟଟକଙ୍କ ସାମାଜିକ ସୁରକ୍ଷା ସହ ମୌଳିକ ସୁବିଧା ପ୍ରଦାନ କରାଯିବ ବୋଲି କହିଥିଲେ। ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ ଉଦ୍ଘାଟନ ସମୟରେ କୁହୁଡ଼ି ଚାଦର ତଳେ ଦାରିଙ୍ଗବାଡ଼ି ରହିଥିବା ବେଳେ କୁହୁଡି ସହ କୋହଲା ପାଗ ଯୋଗୁ ଶୀତ ଦ୍ବିଗୁଣିତ ହୋଇଥିଲା। ତେଣୁ ଦାରିଙ୍ଗବାଡ଼ିକୁ ଅତିଥିମାନେ ଓଡ଼ିଶାର କଶ୍ମୀର ଭାବେ ବିବେଚନା କରିଥିଲେ। ଇକୋ ରିଟ୍ରିଟ୍କୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବାବେଳେ ଏହାକୁ ଦେଖି ବହୁତ ଖୁସି ଅନୁଭବ ବି କରିଥିଲେ।
The post ଖୋଲିଲା ଇକୋ ରିଟ୍ରିଟ୍, ଛୁଟିଲା ପର୍ଯ୍ୟଟକଙ୍କ ସୁଅ appeared first on Dharitri Odia News.