ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କରନ୍ଦାପଲିର ଏନ୍ ସୀମା ଓରଫ ସୀମାଞ୍ଚଳ ରେଡ୍ଡୀ(୪୪)। ଜଜ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୫ ଜୁନ୍ ୨୬ ତାରିଖରେ ପୂର୍ବ ଶତ୍ରୁତାରୁ କେ.ଲକ୍ଷ୍ମଣ ରେଡ୍ଡୀ ନାମକ ଜଣେ […] The post ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କରନ୍ଦାପଲିର ଏନ୍ ସୀମା ଓରଫ ସୀମାଞ୍ଚଳ ରେଡ୍ଡୀ(୪୪)। ଜଜ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୫ ଜୁନ୍ ୨୬ ତାରିଖରେ ପୂର୍ବ ଶତ୍ରୁତାରୁ କେ.ଲକ୍ଷ୍ମଣ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଘଟଣାଦିନ ଲକ୍ଷ୍ମଣ ଓ ତାଙ୍କର ଜଣେ ବନ୍ଧୁ କେ.ଅର୍ଜ୍ଜୁନ ରେଡ୍ଡୀ ଶିକୁଳା ଗ୍ରାମରୁ ଘରକୁ ଫେରୁଥିଲେ। ରାସ୍ତାରେ ରାମଚଣ୍ଡୀ ମନ୍ଦିର ନିକଟରେ ତାଙ୍କୁ ସୀମାଞ୍ଚଳ ଓ ତାଙ୍କର ତିନି ସହଯୋଗୀ ତାଙ୍କୁ ହତ୍ୟା କରିଥିଲେ। ସେ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବେଳେ ତାଙ୍କ କୋର୍ଟରେ ହାଜର କରାଯାଇଥିଲା। ଜଜ୍ ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ଆଧାରରେ ଉକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୌଭାଗ୍ୟ କୁମାର ମିଶ୍ର ମୋକଦ୍ଦମା ପରିଚାଳନା କରିଥିଲେ।
The post ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.