କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା
ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି ସେନାବାହିନୀରୁ ଅବସର ନେବା ପରେ ଚାଷ ଆଡ଼କୁ ମନ ବଳାଇଛନ୍ତି। ଆଜି ସେ ଏକସାଙ୍ଗରେ ଡ୍ରାଗନ୍ ଫ୍ରୁଟ୍ସ, ବନ୍ଧାକୋବି, କଳା ଆଳୁ, କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିପାଇଁ ସେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା […] The post କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା appeared first on Dharitri Odia News.
ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି ସେନାବାହିନୀରୁ ଅବସର ନେବା ପରେ ଚାଷ ଆଡ଼କୁ ମନ ବଳାଇଛନ୍ତି। ଆଜି ସେ ଏକସାଙ୍ଗରେ ଡ୍ରାଗନ୍ ଫ୍ରୁଟ୍ସ, ବନ୍ଧାକୋବି, କଳା ଆଳୁ, କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିପାଇଁ ସେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି। ଆଜି ତାଙ୍କ ଚାଷ ଦେଖି ଗାଁର ଅନେକ କୃଷକ ତାଙ୍କ ପରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। କେବଳ ତାଙ୍କ ଗାଁ ନୁହେଁ ସମଗ୍ର ଜିଲାରୁ ଶତାଧିକ କୃଷକ ତାଙ୍କ ପଦ୍ଧତି ଶିକ୍ଷା କରି ଫଳ ଓ ପନିପରିବା ଚାଷ କରୁଛନ୍ତି।
ପ୍ରଗତିଶୀଳ କୃଷକ ହରିଚନ୍ଦ୍ର ୨୦୧୫ରେ ସେନାରୁ ଅବସର ନେଇଥିଲେ। ଅବସର ପରେ ସେ ବାରବାଙ୍କି ଜିଲାର ଆମସେରୁଓ୍ବା ଗ୍ରାମରେ ଜମି କିଣି ଏକ ଏକରରୁ ଫଳ ଓ ପନିପରିବା ଚାଷ କରିବା ଆରମ୍ଭ କଲେ। ଯେଉଁଥିରେ ସେ ଭଲ ଲାଭ ପାଇଲେ। ଆଜି ପ୍ରାୟ ଚାରି ଏକରରେ ଡ୍ରାଗନ ଫ୍ରୁଟ୍ସ, ବନ୍ଧାକୋବି, କଳା ଆଳୁ କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିରୁ ସେ ପ୍ରତିବର୍ଷ ୫ରୁ ୬ଲକ୍ଷ ଟଙ୍କା ଲାଭ କରୁଛନ୍ତି।
କର୍ନେଲ ହରିଚନ୍ଦ୍ର କହିଛନ୍ତି, ୨୦୧୫ରେ ଅବସର ନେବା ପରେ ମୁଁ ଚାଷ ଆରମ୍ଭ କରିଥିଲି। ପିଲାଦିନରୁ ଚାଷ କରିବାକୁ ଭଲ ପାଉଥିଲି। ଏହାକୁ ଦୃଷ୍ଟିରେ ରଖି ମୁଁ ପାରମ୍ପାରିକ ଭାବରେ ଧାନ ଏବଂ ଗହମ ଚାଷ କରିଥିଲି। ଯେଉଁଥିରେ ବିଶେଷ ଲାଭ ହେଲା ନାହିଁ। ଏହା ପରେ କିଛି ନୂଆ ଚିନ୍ତା କଲି। ଏହା ପରେ ମୁଁ ଡ୍ରାଗନ ଫ୍ରୁଟ୍ସ, ବନ୍ଧାକୋବ ି ଏବଂ କଳା ଆଳୁ ବିଷୟରେ ସୂଚନା ପାଇଲି। ତା’ପରେ ଗୋଟିଏ ଏକରରୁ ଆରମ୍ଭ କରିଲି। ଯେଉଁଥିରୁ ବେଶ୍ ଲାଭ ମିଳିଲା।
ହରିଶ୍ଚନ୍ଦ୍ର କହିଛନ୍ତି, ମଁ ଫଳ ଓ ପନିପରିବା ଲଗାଇଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଜୈବିକା ସାର ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଏହା ଶୁଦ୍ଧ ଏବଂ ପୁଷ୍ଟିକର ହୋଇଥାଏ। ଏହି ଚାଷରୁ ୫ରୁ ୬ଲକ୍ଷ ଟଙ୍କା ହେଉଛି। ମୁଁ ମୋର କୃଷକ ଭାଇମାନଙ୍କୁ ଅନ୍ୟ ଫସଲ ସହିତ କିଛି ଫଳ ଏବଂ ପନିପରିବା ଚାଷ କରିବାକୁ ଏବଂ ସେଥିରେ ଜୈବିକ ସାର ବ୍ୟବହାର କରିବାକୁ କହିବାକୁ ଚାହେଁ। ଯେଉଁଥିପାଇଁ ଖର୍ଚ୍ଚ କମ୍ ହେବ ଏବଂ ଲାଭ ମଧ୍ୟ ଅଧିକ ହେବ।
The post କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା appeared first on Dharitri Odia News.