ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି ଆୟୁଷ୍ମାନ ଯୋଜନା ପାର୍ଟ-୨ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଯୋଜନା । ଦେଶର କୋଟି କୋଟି ଲୋକ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି । ଏବେ ୭୦ ବର୍ଷରୁ ଉଦ୍ଧର୍‌ବ ବୟସ୍କ […] The post ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି… appeared first on Dharitri Odia News.

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି ଆୟୁଷ୍ମାନ ଯୋଜନା ପାର୍ଟ-୨ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଯୋଜନା । ଦେଶର କୋଟି କୋଟି ଲୋକ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି । ଏବେ ୭୦ ବର୍ଷରୁ ଉଦ୍ଧର୍‌ବ ବୟସ୍କ ବ୍ୟକ୍ତି ବି ଆୟୁଷ୍ମାନ ଯୋଜନାରେ ସାମିଲ ହୋଇପାରିବେ । ତେବେ ଏ ଆୟୁଷ୍ମାନ ଯୋଜନା ବାବଦରେ କହିବା ବେଳେ ପ୍ରଧାନମନ୍ତ୍ରୀ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

ଆୟୁଷ୍ମାନ ଯୋଜନା ବିଷୟରେ ସାରା ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ହଠାତ କାନ୍ଦି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ, ଦିଲ୍ଲୀ ଓ ପଶ୍ଚିମବଙ୍ଗର ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଞ୍ଚ ଉପରୁ କ୍ଷମା ମାଗୁଛି । କାରଣ ଏହି ଯୋଜନା ସେହି ଦୁଇ ରାଜ୍ୟର ସରକାର ରାଜ୍ୟରେ ଲାଗୁ କରିବାକୁ ଦେଉ ନାହାନ୍ତି ।

ଦିଲ୍ଲୀରେ ଠିଆ ହୋଇ ଦିଲ୍ଲୀ ଲୋକଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଦିଲ୍ଲୀରେ ଠିଆ ହୋଇ ଘୋଷଣା କରୁଛି, କିନ୍ତୁ ଦିଲ୍ଲୀବାସୀ ଏହାର ଲାଭ ଉଠାଇପାରିବେ ନାହିଁ । ଏହି ଦୁଇ ରାଜ୍ୟର ବୟସ୍କଙ୍କ ସେବା କରିବାରୁ ମୁଁ ବଞ୍ଚିତ ହୋଇଥିବାରୁ, ମୁଁ ଦୁଃଖିତ ବୋଲି ମୋଦି କହିଛନ୍ତି । ଏହି କଥା ତାଙ୍କ ମନକୁ କଷ୍ଟ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି କଥା କହିବା ବେଳକୁ ବାସ୍ପରୁଦ୍ଧ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ।

The post ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି… appeared first on Dharitri Odia News.