ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ
ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍ କ୍ୟାମ୍ପ୍ଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରିଲିଫ୍ କ୍ୟାମ୍ପ୍ରେ ଆଶ୍ରୟ ନେଇଥିବା ହିଂସା ପ୍ରପୀଡ଼ିତମାନଙ୍କ ସହ କଥା ହୋଇଥିଲେ। ଗତବର୍ଷ ମେ’ରୁ ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗି ରହିବା ସହ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ଏପର୍ଯ୍ୟନ୍ତ ରିଲିଫ୍ କ୍ୟାମ୍ପ୍ରେ ମୁଣ୍ଡ […] The post ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ appeared first on Dharitri Odia News.
ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍ କ୍ୟାମ୍ପ୍ଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରିଲିଫ୍ କ୍ୟାମ୍ପ୍ରେ ଆଶ୍ରୟ ନେଇଥିବା ହିଂସା ପ୍ରପୀଡ଼ିତମାନଙ୍କ ସହ କଥା ହୋଇଥିଲେ। ଗତବର୍ଷ ମେ’ରୁ ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗି ରହିବା ସହ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ଏପର୍ଯ୍ୟନ୍ତ ରିଲିଫ୍ କ୍ୟାମ୍ପ୍ରେ ମୁଣ୍ଡ ଗୁଞ୍ଜିଛନ୍ତି। ପ୍ରଥମେ ଜିରିବାମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଥିବା ରିଲିଫ୍ କ୍ୟାମ୍ପ୍କୁ ଯାଇ ରାହୁଲ ଲୋକମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ସେମାନଙ୍କୁ ଦେଖିବାକୁ ଆସି ନାହାନ୍ତି। ଏହି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ନିମନ୍ତେ ଜଣେ ଝିଅ ରାହୁଲଙ୍କୁ ନିବେଦନ କରିଥିଲେ। ଜିରିବାମ୍ର ବହୁ ଲୋକ ରାହୁଲଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଧାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ କାନ୍ଦୁଥିବା ଦେଖାଯାଇଥିଲା ବୋଲି ରାଜ୍ୟ କଂଗ୍ରେସ ସଭାପତି କିଶାମ ମେଘଚନ୍ଦ୍ର କହିଛନ୍ତି। ଏହା ପରେ ସେ ଚୁରାଚାନ୍ଦପୁର ଜିଲାର ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠାର ଅନ୍ତେବାସୀମାନଙ୍କ ସହ କଥା ହୋଇଥିଲେ। ସନ୍ଧ୍ୟାରେ ରାହୁଲ ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ୪୫ ମିନିଟ ଆଲୋଚନା କରିଥିଲେ। ବିରୋଧୀ ଦଳ ନେତା ହେବା ପରେ ରାହୁଲ ପ୍ରଥମଥର ପାଇଁ ଏହି ହିଂସା ପ୍ରଭାବିତ ରାଜ୍ୟ ଗସ୍ତ କରିଛନ୍ତି। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଥିଲେ। ପୂର୍ବରୁ ରାହୁଲ ୨ ଥର ମଣିପୁର ଆସିଥିଲେ।
The post ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ appeared first on Dharitri Odia News.