ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ
ଆଳି, ୧୫ା୨(ବନମାଳୀ ସେନାପତି)ଦିନେ ସେ ସୁନା କାରିଗର ଭାବେ ରାଜଧାନୀ ଭୁବନେଶ୍ୱରର ଏକ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ ହରାଇବା ପରେ ଏବେ ତାଙ୍କ ଜୀବନର ଗତିପଥ ବଦଳି ଯାଇଛି। ସୁନା ଦୋକାନରେ କାରିଗର ବଦଳରେ ଏବେ ଗଁାରେ ଏକ ପାନ ଦୋକାନ ପାଲଟିଛି ରୋଜଗାରର ମାଧ୍ୟମ। ଏଭଳି ଏକ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ […] The post ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ appeared first on Dharitri Odia News.
ଆଳି, ୧୫ା୨(ବନମାଳୀ ସେନାପତି)ଦିନେ ସେ ସୁନା କାରିଗର ଭାବେ ରାଜଧାନୀ ଭୁବନେଶ୍ୱରର ଏକ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ ହରାଇବା ପରେ ଏବେ ତାଙ୍କ ଜୀବନର ଗତିପଥ ବଦଳି ଯାଇଛି। ସୁନା ଦୋକାନରେ କାରିଗର ବଦଳରେ ଏବେ ଗଁାରେ ଏକ ପାନ ଦୋକାନ ପାଲଟିଛି ରୋଜଗାରର ମାଧ୍ୟମ। ଏଭଳି ଏକ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ କଣ୍ଟିପୁର ଗଁାର ବସନ୍ତ ସାହୁ। ବସନ୍ତଙ୍କ ପରିବାର କହିଲେ ସେ ତାଙ୍କ ସ୍ତ୍ରୀ ମିଲିରାଣୀ ଝିଅ ଶୁଭଲଷ୍ମୀ ଓ ପୁଅ ରାମଚନ୍ଦ୍ରଙ୍କୁ ନେଇ ତାଙ୍କର ହସଖୁସିର ସଂସାର। ବସନ୍ତ ଭୁବନେଶ୍ୱରର ଏକ ସୁନା ଦୋକାନରେ ସୁନା କାରିଗର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ୨୦୨୩ ଫେବୃଆରୀ ୨୧ରେ ବନ୍ଧୁ ଘରର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରୁ ଆଳିକୁ ଫେରୁଥିଲେ। କଟକ-ଚାନ୍ଦବାଲି ରାସ୍ତାର ଜଜାଙ୍ଗ ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ପାଦ କଟି ଯାଇଥିଲା। ସ୍ଥାନୀୟ ଲୋକମାନେ ବସନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ବସନ୍ତଙ୍କୁ କଟା ପାଦ ସହିତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ ମେଡିକାଲରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ପାଦ ଯୋଡି ଥିଲେ। ମାତ୍ର ତାହା ସଫଳ ନ ହେବାରୁ ୩ ଦିନ ପରେ ଆଣ୍ଠୁ ପର୍ଯ୍ୟନ୍ତ କାଟି ଦେଇଥିଲେ। ବସନ୍ତ ଅପରେଶନର ମାସେ ପର୍ଯ୍ୟନ୍ତ ମେଡିକାଲରେ ରହିବା ପରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ଦୁଃଖ ବଢ଼ି ଯାଇଥିଲା। ଗୋଟିଏ ଗୋଡ଼ କଟା ଯାଇଥିବାରୁ ଭିନ୍ନକ୍ଷମ ଅବସ୍ଥାରେ ସେ କ’ଣ କରିବେ କେମିତି ପରିବାର ପ୍ରତିପୋଷଣ କରିବା ସହ ଝିଅପୁଅଙ୍କ ପାଠ ପଢା ଖର୍ଚ୍ଚକୁ ନେଇ ସେ ଚିନ୍ତାରେ ପଡି ଯାଇଥିଲେ। ପରେ ଅନେକ ଚିନ୍ତାକରି ଜୁନ ମାସରେ ଘର ନିକଟରେ ଏକ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଗୋଟିଏ ଗୋଡ଼ ହରାଇଥିବାରୁ ସେ ଭିନ୍ନକ୍ଷମ ସାର୍ଟିଫିକେଟ କରାଇଛନ୍ତି। ତାଙ୍କ ନିକଟରେ ୭୦ % ଭିନ୍ନକ୍ଷମ ସାର୍ଟିଫିକେଟ ଅଛି। ମାତ୍ର ସେ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଆଜକୁ ପ୍ରାୟ ୮ ମାସ ହେବ ଭତ୍ତା ନିମନ୍ତେ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ମିଳୁନି। ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ତାଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାକୁ ସେ ଗୁହାରି କରିଛନ୍ତି।
The post ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ appeared first on Dharitri Odia News.