ସଉଦା ବ୍ୟାଗ୍‌

ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା ଅନ୍ୟ କିଛି ହୋଇପାରେ। ଧନୀ ହେଉ କିମ୍ବା ଗରିବ ସମସ୍ତଙ୍କର କିଛିନା କିଛି ଆବଶ୍ୟକତା ରହିଥାଏ। ତେବେ ସଉଦାର ଆକାର ବା ପରିମାଣ ଅନୁସାରେ ବ୍ୟାଗ୍‌ର ଆବଶ୍ୟକତା ହୁଏ। ଏହି ବ୍ୟାଗ ଆଜିକାଲି ଆଉ ନିଜ ଘରୁ ନେବାକୁ ପଡୁନାହଁି। ଦୋକାନୀ ନିଜେ ଯେତେବଡ଼ ଜିନିଷ ହେଲେ ମଧ୍ୟ ତାକୁ […] The post ସଉଦା ବ୍ୟାଗ୍‌ appeared first on Dharitri Odia News.

ସଉଦା ବ୍ୟାଗ୍‌

ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା ଅନ୍ୟ କିଛି ହୋଇପାରେ। ଧନୀ ହେଉ କିମ୍ବା ଗରିବ ସମସ୍ତଙ୍କର କିଛିନା କିଛି ଆବଶ୍ୟକତା ରହିଥାଏ। ତେବେ ସଉଦାର ଆକାର ବା ପରିମାଣ ଅନୁସାରେ ବ୍ୟାଗ୍‌ର ଆବଶ୍ୟକତା ହୁଏ। ଏହି ବ୍ୟାଗ ଆଜିକାଲି ଆଉ ନିଜ ଘରୁ ନେବାକୁ ପଡୁନାହଁି। ଦୋକାନୀ ନିଜେ ଯେତେବଡ଼ ଜିନିଷ ହେଲେ ମଧ୍ୟ ତାକୁ ପ୍ୟାକ୍‌ କରି ଦେଇଦେଉଛି। ବହୁତ ସୁବିଧାରେ ଆମ ଜିନିଷ ଘରେ ପହଞ୍ଚି ଯାଉଛି। କିନ୍ତୁ ଆଗରୁ ଏହି ବ୍ୟବସ୍ଥା ନ ଥିଲା। ନିଜ ଜିନିଷ ପାଇଁ ନିଜେ ବ୍ୟାଗର ବ୍ୟବସ୍ଥା କରିବାକୁ ପଡୁଥିଲା। ଘରୁ ବ୍ୟାଗ ଧରି ଜିନିଷ ଆଣିବା ପାଇଁ ସମସ୍ତେ ଯାଉଥିଲେ। ସୁରକ୍ଷିତ ଭାବରେ ନିଜ ଜନିଷ ଘରକୁ ଆଣୁଥିଲେ।
ବ୍ୟାଗର ବ୍ୟବହାର ଏବେ କମିଗଲାଣି। କେହି ବ୍ୟାଗ ନେଇ ବଜାରକୁ ଯାଉନାହାନ୍ତି। ଯଦି ବି କିଏ ବ୍ୟାଗ ବ୍ୟବହାର କରୁଛି ତାହା ନିଶ୍ଚିତ ଭାବରେ ଜରି କିମ୍ବା ପଲିଥିନରେ ତିଆରି ବ୍ୟାଗ ହୋଇଥିବ। କନାରେ ତିଆରି ବ୍ୟାଗ ବହୁତ କମ ଲୋକଙ୍କ ହାତରେ ଦେଖାଯାଏ। ଆଗରୁ ବ୍ୟାଗ ସବୁ କନାରେ ସିଲାଇ ହେଉଥିଲା। କନା ତିଆରି ବ୍ୟାଗ ବହୁତ ମଜଭୁତ ଓ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରୁଥିଲା। କନା ବ୍ୟାଗରେ ଜିନିଷ ଆଣିଲେ ବାହାରକୁ ଦେଖାଯାଏ ନାହଁି। ବହୁତ ସୁରକ୍ଷିତ ଭାବରେ ଜିନିଷ ଘରକୁ ଆସେ। କିନ୍ତୁ ଆଜିକାଲି ରେଡିମେଡ୍‌ ଯୁଗରେ ସବୁ ପଲିଥିନ ବ୍ୟାଗର ବ୍ୟବହାର ହେଲା। ଖାଲି ହାତରେ ଘରୁ ବଜାରକୁ ଯାଇ ବଡ଼ ବଡ଼ ପଲିଥିନରେ ସଉଦା ଅଣାଯାଉଛି। ବାଟରେ ଲୋକେ ସବୁ ଜିନିଷ ଦେଖିପାରୁଛନ୍ତି। ହୋଟେଲରୁ ଜଳଖିଆ ନେଲେ ପଲିଥିନରେ ନେଉଛନ୍ତି। ବାଟରେ ସମସ୍ତଙ୍କ ନଜର ତାହା ଉପରେ ପଡୁଛି। ଗୋଟିଏ ବିଶ୍ୱାସ ଥିଲା,ଖାଦ୍ୟ ପଦାର୍ଥରେ କାହାର ନଜର ପଡ଼ିଲେ ତାକୁ ଖାଆନ୍ତି ନାହଁି। ଯଦି ବି ତାକୁ ଖାଇବେ, ଯାହାର ନଜର ପଡ଼ିଥିବ ତାକୁ ଦେଇକି ଖାଇବେ। ନଚେତ ପେଟ କାଟିବ। ଅନ୍ୟର ନଜରକୁ ଏଡ଼ାଇବା ପାଇଁ ଖାଦ୍ୟ ପଦାର୍ଥକୁ ଘୋଡ଼ାଇ ରଖାଯାଉଥିଲା। କାଳେ କାହାର ନଜର ପଡ଼ିଯିବ ବୋଲି ସମସ୍ତେ ଚିନ୍ତା କରୁଥିଲେ। ଏବେ କିନ୍ତୁ ସବୁ ଖୋଲା ମେଲାରେ ଚାଲିଛି। ଦିନକୁ ଦିନ ଲୋକମାନଙ୍କର ଚଳଣିରେ ପରିବର୍ତ୍ତନ ହୋଇଯାଉଛି। ସମସ୍ତଙ୍କ ନଜର ପଡୁଥିବା ଖାଦ୍ୟ ଖାଇବାକୁ କୌଣସି ଦ୍ୱିଧା ବୋଧ ହେଉନାହଁି। ସର୍ବସାଧାରଣ ସ୍ଥାନମାନଙ୍କରେ ଗହଳି ସ୍ଥାନରେ ଖାଦ୍ୟ ଖାଇବାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
ପଲିଥିନର ବ୍ୟବହାର ବଢ଼ି ଯାଇଛି। ବ୍ୟାଗର ବିକଳ୍ପ ଭାବରେ ପଲିଥିନ ବ୍ୟବହାର କରାଯାଉଥିବାରୁ କେହି ବ୍ୟାଗ ବ୍ୟବହାର କରୁନାହାନ୍ତି। ସବୁ ଜାଗାରେ ପଲିଥିନର ବ୍ୟବହାର ଚାଲିଛି। ଏପରି କି ମନ୍ଦିର ଗଲେ ମଧ୍ୟ ଆଉ ପୂର୍ବଭଳି ପୂଜା ଝୁଡ଼ି ବ୍ୟବହାର ହେଉନାହଁି। ପଲିଥିନରେ ଭୋଗନେଇ ପୂଜକକୁ ଧରାଇଦେଲେ କାମ ଶେଷ। ଠାକୁରଙ୍କ ଭୋଗ ମଧ୍ୟ ସେହି ପଲିଥିନରେ ଆସିଯାଉଛି। ମହାଦେବଙ୍କ ପାଦୁକା ମଧ୍ୟ ପଲିଥିନରେ ଆସିଯାଉଛି। ଏହି ପଲିଥିନ ବର୍ତ୍ତମାନ ମଣିଷ ସମାଜକୁ ଗ୍ରାସ କରିସାରିଲାଣି। ଏହାର କ୍ଷତିକାରକ ଦିଗ ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ସକାଳ ପାହିଲେ ଆମ ଚାରିପାଖରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ପଲିଥିନ ଆବର୍ଜନା। ଜଳ ଭାଗରେ ମଧ୍ୟ ଏହା ଜଳଚର ଜୀବମାନଙ୍କୁ ପ୍ରଭାବିତ କଲାଣି। ଅନେକ ସମୟରେ ଗୋରୁ ଏହାକୁ ଖାଇ ବହୁତ ଅସୁବିଧାରେ ପଡ଼ିଯାଉଛନ୍ତି। ପଲିଥିନ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ଉଦ୍ୟମ କରାଯାଉଥିଲେ ମଧ୍ୟ ସୁଫଳ ମିଳୁନାହଁି। ଗୋଟିଏ ନିୟମ ହେଲେ କିଛି ଦିନ କଟକଣା ରହୁଛି, ତା’ପରେ ପୁଣି ଲୋକମାନେ ତାକୁ ଭୁଲିଯାଉଛନ୍ତି। ଜନ ସଚେତନତାର ଅଭାବରୁ ଏହି ନିୟମଗୁଡ଼ିକର ସୁଫଳ ମିଳୁ ନାହଁି।
ପ୍ଲାଷ୍ଟିିକ, ପଲିଥିନର ବ୍ୟବହାରକୁ ବନ୍ଦ କରିବା ପାଇଁ କଡ଼ାକଡ଼ି ନିୟମ କରିବା ଓ ତାକୁ ପାଳନ କରିବା ଆବଶ୍ୟକ। ସମସ୍ତେ କନା ବ୍ୟାଗ ନେଇ ବଜାରକୁ ଯିବା ଅଭ୍ୟାସ କରିବା ଜରୁରୀ। ଦୋକନୀମାନଙ୍କୁ ମଧ୍ୟ ତାଗିଦ୍‌ କରିବା ଦରକାର ଯେ, ସେମାନେ ଗ୍ରାହକମାନଙ୍କୁ ବ୍ୟାଗ ଆଣିବା ପାଇଁ କୁହନ୍ତୁ, ନଚେତ୍‌ ଜିନିଷ ଦିଅନ୍ତୁ ନାହଁି। କରୋନା କାଳରେ ଯେମିତି ସବୁ ଦୋକାନରେ ଲେବୁଲ ମରାଯାଇଥିଲା, ମାସ୍କ ନାହଁି ତ ଜିନିଷ ନାହଁି। ଠିକ୍‌ ସେହିପରି, ବ୍ୟାଗ ନାହଁି ତ ଜିନିଷ ନାହଁି ଲେବୁଲ ସବୁ ଦୋକାନୀ ମାରନ୍ତୁ। ଧୀରେ ଧୀରେ ଲୋକମାନଙ୍କ ଅଭ୍ୟାସ ବଦଳାଇବାକୁ ପଡ଼ିବ, ନଚେତ ନେଡ଼ି ଗୁଡ କହୁଣିକୁ ବୋହିଯିବ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ ମୋ:୯୯୩୮୭୫୮୩୫୩

The post ସଉଦା ବ୍ୟାଗ୍‌ appeared first on Dharitri Odia News.