ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ

ନୂଆଦିଲ୍ଲୀ,୯।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ଜିତି ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି କରିଥିଲା। ଏହି ପରାଜୟ ପରେ କ୍ରମାଗତ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠିଛି। ବିସିସିଆଇ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିଛି। ବିସିସିଆଇ ସମୀକ୍ଷା ବୈଠକରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର, […] The post ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ appeared first on Dharitri Odia News.

ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ

ନୂଆଦିଲ୍ଲୀ,୯।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ଜିତି ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି କରିଥିଲା। ଏହି ପରାଜୟ ପରେ କ୍ରମାଗତ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠିଛି। ବିସିସିଆଇ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିଛି। ବିସିସିଆଇ ସମୀକ୍ଷା ବୈଠକରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର, ମୁଖ୍ୟ କୋଚ ଗୌତମ ଗମ୍ଭୀର, ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ରୋଜର ବିନି ଉପସ୍ଥିତ ଥିଲେ, କିନ୍ତୁ ପ୍ରଶ୍ନ ଉଠୁଛି ଏହି ବୈଠକ ପରେ କଣ ହେଲା?

ଭାରତୀୟ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ଅନେକ ପ୍ରସଙ୍ଗରେ ସର୍ବସମ୍ମତ ନୁହଁନ୍ତି। ଭାରତୀୟ ଦଳରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚୟନରେ ଗମ୍ଭୀରଙ୍କର ଏକ ବଡ଼ ଅବଦାନ ଥିଲା ବୋଲି ବିଶ୍ୱାସ କରାଯାଏ, କିନ୍ତୁ ତାଙ୍କ ନିଷ୍ପତ୍ତିରେ ଦଳ ପରିଚାଳନାରେ ଅନ୍ୟ ଲୋକମାନେ ଖୁସି ନ ଥିଲେ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଏଥି ସହିତ ବିସିସିଆଇର ସମୀକ୍ଷା ବୈଠକରେ ଭାରତର ପରାଜୟର କାରଣ ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଏକ ଘଣ୍ଟିଆ ମାରାଥନ ବୈଠକ ଥିଲା, ଯାହା ଏଭଳି ପରାଜୟ ପରେ ଧାର୍ଯ୍ୟ କରାଯାଇଥିଲା। ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛି ଏବଂ ବିସିସିଆଇ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଦଳ ଟ୍ରାକକୁ ଫେରିବ। ଗମ୍ଭୀର-ରୋହିତ-ଅଗରକର ଏ ବିଷୟରେ କ’ଣ ଚିନ୍ତା କରୁଛି ତାହା ବୋର୍ଡ ଜାଣିବାକୁ ଚାହିଁବ। ସମ୍ପ୍ରତି ଗମ୍ଭୀର ଭାରତୀୟ ଦଳ ସହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ତେଣୁ ସେ ଭିଡିଓ କଲ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

 

The post ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ appeared first on Dharitri Odia News.