୬୧୧ ଦିନର ଅପେକ୍ଷାର ହୋଇପାରେ ଅନ୍ତ: ଏହି ଖେଳାଳିଙ୍କୁ ମିଳିବ କି ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ
କଲମ୍ବୋ,୨।୮: ଅଗଷ୍ଟ ୨ ଅର୍ଥାତ୍ ଆଜିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଏହାର ଶେଷ ଦିନିକିଆ ସିରିଜ ଖେଳିଥିଲା। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ଧ୍ୟାନରେ ରଖି ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ଦଳର ଅଂଶ ଅଛନ୍ତି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ […] The post ୬୧୧ ଦିନର ଅପେକ୍ଷାର ହୋଇପାରେ ଅନ୍ତ: ଏହି ଖେଳାଳିଙ୍କୁ ମିଳିବ କି ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ appeared first on Dharitri Odia News.
କଲମ୍ବୋ,୨।୮: ଅଗଷ୍ଟ ୨ ଅର୍ଥାତ୍ ଆଜିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଏହାର ଶେଷ ଦିନିକିଆ ସିରିଜ ଖେଳିଥିଲା। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ଧ୍ୟାନରେ ରଖି ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ଦଳର ଅଂଶ ଅଛନ୍ତି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି। ୨୦୨୨ ନଭେମ୍ବରରେ ଏହି ଫର୍ମାଟରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ, ପରେ ଏକ କାର ଦୁର୍ଘଟଣାରେ ଆହତ ହୋଇ ପନ୍ତ ଏକ ବର୍ଷ ବାହାରେ ରହିଥିଲେ।
ସମ୍ପୂର୍ଣ୍ଣ ଫିଟ ହେବା ପରେ ରିଷଭ ପନ୍ତ ଟି-୨୦ ବିଶ୍ୱକପ ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ବର୍ତ୍ତମାନ ସେ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଫର୍ମାଟ ସିରିଜ ପାଇଁ ଘୋଷିତ ଦଳର ଏକ ଅଂଶ। ଏଭଳି ପରିସ୍ଥିତିରେ ଅଗଷ୍ଟ ୨ରେ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ୧୧ଟି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍ରେ ରିଷଭ ପନ୍ତଙ୍କ ଖେଲିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି। ଯଦି ସେ ଖେଳନ୍ତି, ତେବେ ୬୧୧ ଦିନ ଅପେକ୍ଷାର ଅନ୍ତ ହେବ। ୨୦୨୨ରେ ନଭେମ୍ବର ମାସରେ ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିନିକିଆ ମ୍ୟାଚ ଖେଳିଥିଲେ। ରିଷଭ ପନ୍ତଙ୍କ ବ୍ୟତୀତ ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳର ଦ୍ୱିତୀୟ ଉଇକେଟ କିପର ଭାବରେ କେ.ଏଲ ରାହୁଲଙ୍କ ବିକଳ୍ପ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ୧୧ ଖେଳୁଥିବା ଦୁଇ ଖେଳାଳିଙ୍କ ମଧ୍ୟରୁ କାହାକୁ ବାଛିବା ଆଦୌ ସହଜ କାର୍ଯ୍ୟ ହେବ ନାହିଁ।
The post ୬୧୧ ଦିନର ଅପେକ୍ଷାର ହୋଇପାରେ ଅନ୍ତ: ଏହି ଖେଳାଳିଙ୍କୁ ମିଳିବ କି ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ appeared first on Dharitri Odia News.