ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି
କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ସଦର ନିର୍ବାଚନ ମଣ୍ଡଳୀର ଭାଜପା ସଂଯୋଜକ ବିବେକାନନ୍ଦ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ଏଥିରେ ନଗର ଭାଜପାର ଉପସଭାପତି ପ୍ରଦୀପ ବେହେରା, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଙ୍କା ସିଂହ ରାଣା, ନଗର କାର୍ଯ୍ୟକର୍ତ୍ତା ପ୍ରିୟବ୍ରତ ଜେନା, ସେହେନସା ଖାନ, […] The post ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି appeared first on Dharitri Odia News.
କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ସଦର ନିର୍ବାଚନ ମଣ୍ଡଳୀର ଭାଜପା ସଂଯୋଜକ ବିବେକାନନ୍ଦ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏଥିରେ ନଗର ଭାଜପାର ଉପସଭାପତି ପ୍ରଦୀପ ବେହେରା, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଙ୍କା ସିଂହ ରାଣା, ନଗର କାର୍ଯ୍ୟକର୍ତ୍ତା ପ୍ରିୟବ୍ରତ ଜେନା, ସେହେନସା ଖାନ, ଦେବାଶିଷ ଦାସ, ସୂର୍ଯ୍ୟକାନ୍ତ ଜେନା, ସୁବ୍ରତ ବ୍ରହ୍ମ, ଅଭୟ ବ୍ରହ୍ମ, କିରଣ ରାୟ, ୧୮ନମ୍ବର ୱାର୍ଡର ୱାର୍ଡମେମ୍ବର କିରଣ ସୋରେନ, କୁରୁରବା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବ ପରେ ଅବିନାଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସଦସ୍ୟତା ଅଭିଯାନରେ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସଦସ୍ୟତା ଗ୍ରହଣ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
The post ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି appeared first on Dharitri Odia News.